No money for travel, food, stay: ଖେଳାଳିଙ୍କୁ ଟଙ୍କା ଦେଲାନି SAI! କୋଚ୍‌ ବିନା ଜିତିଲେ ଟ୍ରଫି

Nov 03, 2026 - 17:00
No money for travel, food, stay: ଖେଳାଳିଙ୍କୁ ଟଙ୍କା ଦେଲାନି SAI! କୋଚ୍‌ ବିନା ଜିତିଲେ ଟ୍ରଫି

ୟୁରୋପ୍‌ରେ ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ୍ ଖେଳାଳିଙ୍କୁ ନିଜ ଖର୍ଚ୍ଚରେ ଖେଳିବାକୁ ପଡ଼ିଲା।

ଯାତ୍ରା, ଖାଦ୍ୟ ଓ ରହିବା ଖର୍ଚ୍ଚ ପାଇଁ ମିଳିଲାନି ସରକାରୀ ସହାୟତା।

ଏପରିକି କିଛି ଖେଳାଳିଙ୍କୁ ବିନା କୋଚ୍‌ରେ ମ୍ୟାଚ୍‌ ଖେଳିବାକୁ ପଡ଼ିଲା।

ଏହାରି ଭିତରେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ଟାଇଟଲ୍‌ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

Advertisment ସୂଚନା ଅନୁସାରେ, ଫିନଲାଣ୍ଡ, ଡେନମାର୍କ, ଫ୍ରାନ୍ସ ଓ ଜର୍ମାନୀରେ ଆୟୋଜିତ ଚାରିଟି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଖେଳାଳିଙ୍କୁ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ବା SAI ପକ୍ଷରୁ ପାଣ୍ଠି ମିଳିନଥିଲା।

ଏନେଇ ଟୁର୍ଣ୍ଣାମେଣ୍ଟ ଆରମ୍ଭର କିଛି ଦିନ ପୂର୍ବରୁ ଖେଳାଳିଙ୍କୁ ଜଣାଇ ଦିଆଯାଇଥିଲା।

ଫଳରେ ଯାତ୍ରା, ଖାଦ୍ୟ ଓ ରହଣି ଖର୍ଚ୍ଚ ନିଜେ ବହନ କରିଥିଲେ ଅନେକ ଖେଳାଳି।

ଏପରିକି କିଛି ଖେଳାଳି ନିଜ କୋଚ୍‌ଙ୍କୁ ସାଙ୍ଗରେ ନେଇପାରିନଥିଲେ।

ପିଭି ସିନ୍ଧୁ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ନିଜେ କିଛି ଖର୍ଚ୍ଚ ବହନ କରିଥିବା କହିଛନ୍ତି।

ତାଙ୍କୁ ଅଲିମ୍ପିକ୍ ଗୋଲ୍ଡ କ୍ୱେଷ୍ଟ୍‌ ମଧ୍ୟ ସହାୟତା କରିଥିଲା।

Advertisment ତେବେ ପାଣ୍ଠି ନମିଳିବାର କାରଣକୁ ନେଇ SAI ଅଧିକାରୀ କହିଛନ୍ତି, ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ନିର୍ଦ୍ଧାରିତ ସମୟରେ ପ୍ରସ୍ତାବ ଦାଖଲ କରିନଥିଲା।

ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପାଣ୍ଠି ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ୟୁରୋପ୍ ଗସ୍ତରେ ଖେଳାଳିଙ୍କ ହୋଇଥିବା ଖର୍ଚ୍ଚ ଫେରସ୍ତ ମିଳିବ ନାହିଁ ବୋଲି SAI କହିଛି।

ସବୁ ଅସୁବିଧା ସତ୍ତ୍ୱେ ଜର୍ମାନୀର ହାଇଲୋ ଓପନ୍‌ରେ ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲ୍ସ ଏବଂ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଟାଇଟଲ୍‌ ଜିତିଛନ୍ତି।

ଏହା ସହ ସିନ୍ଧୁ ଚଳିତ ବର୍ଷ ଦ୍ୱିତୀୟ ଟାଇଟଲ୍‌ ହାସଲ କରିଛନ୍ତି।

ଅର୍ଥାତ୍‌, ଆର୍ଥିକ ସହାୟତାର ଅଭାବ ମଧ୍ୟରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଦେଶର ମାନ ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।