Odisha Campus Polls: ଛାତ୍ର ନିର୍ବାଚନ ଲଢ଼ିବେ କି? ଜାଣନ୍ତୁ ପ୍ରାର୍ଥୀ ହେବାର ସମସ୍ତ ନିୟମ
ଛାତ୍ର ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି କି? ତେବେ ପ୍ରଥମେ ଜାଣି ନିଅନ୍ତୁ ପ୍ରାର୍ଥୀ ହେବା ପାଇଁ କ’ଣ ରହିଛି ନିୟମ... UG କିମ୍ବା +3 ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଦରକାର। ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବା ସହ, ଅତିକମରେ ୭୫ ପ୍ରତିଶତ କ୍ଲାସ୍ ଉପସ୍ଥାନ ରହିବା ଆବଶ୍ୟକ।
ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ କେବଳ ଥରେ ନିର୍ବାଚନ ଲଢ଼ିପାରିବେ। ତେବେ Executive Member ପଦ ପାଇଁ ଦୁଇଥର ସୁଯୋଗ ରହିବ। ଏହାସହ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବ । କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ପ୍ରାର୍ଥୀ ହୋଇପାରିବେ ନାହିଁ।
ପ୍ରାର୍ଥୀ ହୋଇପାରିବେ ନାହିଁ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ। ଅନ୍ୟପଟେ ନିୟମ ଅନୁସାରେ, ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ। ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କୁ ନିଜ ନିର୍ବାଚନୀ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ। ଏହାପରେ କଲେଜ ପକ୍ଷରୁ ଦୁଇ ଦିନ ମଧ୍ୟରେ ସେହି ଖର୍ଚ୍ଚର ହିସାବ HIMS Portalରେ ପ୍ରକାଶ କରାଯିବ।
ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କ ନିର୍ବାଚନ ବାତିଲ ମଧ୍ୟ ହୋଇପାରେ। ସବୁଠାରୁ ବଡ଼ କଥା ହେଉଛି, ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳରୁ ଟଙ୍କା ନେବା ସମ୍ପୂର୍ଣ୍ଣ ନିଷେଧ। ଛାତ୍ର ସଙ୍ଗଠନରୁ ସ୍ୱେଚ୍ଛାକୃତ ଦାନ ବ୍ୟତୀତ ପ୍ରାର୍ଥୀ ଅନ୍ୟ କୌଣସି ଉତ୍ସରୁ ଟଙ୍କା ନେଇପାରିବେ ନାହିଁ।
UG/+3 ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ
PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବ
ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବ
ଅତିକମରେ ୭୫% କ୍ଲାସ୍ ଉପସ୍ଥାନ ଥିବା ଆବଶ୍ୟକ
ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ
Executive Member ପଦ ପାଇଁ ଦୁଇଥର ସୁଯୋଗ ରହିବ
ପୂର୍ବରୁ କୌଣସି ଅପରାଧିକ ରେକର୍ଡ ଥିବା ଚାଲିବ ନାହିଁ।
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପ୍ରାର୍ଥୀ ହୋଇପାରିବେ ନାହିଁ
ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ
ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ
ଫଳାଫଳ ଘୋଷଣାର ଦୁଇ ସପ୍ତାହ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବେ
କଲେଜ/ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହିସାବ ଦେବାକୁ ପଡ଼ିବ
କଲେଜ ୨ ଦିନ ମଧ୍ୟରେ ସେହି ହିସାବକୁ HIMS Portalରେ ପ୍ରକାଶ କରିବ
ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ ନିର୍ବାଚନ ବାତିଲ ହୋଇପାରେ
ରାଜନୈତିକ ଦଳରୁ ଟଙ୍କା ନେବାକୁ ସମ୍ପୂର୍ଣ୍ଣ ନିଷେଧ
ଛାତ୍ର ସଙ୍ଗଠନରୁ ସ୍ୱେଚ୍ଛାକୃତ ଦାନ ବ୍ୟତୀତ ଅନ୍ୟ କୌଣସି ଉତ୍ସରୁ ଟଙ୍କା ମନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।