Nobel Prize! ନୋବେଲ୍ ପୁରସ୍କାର ଦୌଡ଼ରେ ‘ଆଇଏସ୍ଏସ୍’!
"ଇଣ୍ଟର୍ନେସ୍ନାଲ୍ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଭୁପୃଷ୍ଠରୁ ୪୦୦ କିଲୋମିଟର ଉପରେ ୧୯୯୮ ମସିହାରୁ ପୃଥିବୀ ଚାରିପଟେ ଘୂରୁଥିବା ଏକ ଗବେଷଣାଗାର।
ଏବେ ଶୁଣାଯାଉଛି ଯେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିପାରେ।
ଆମେରିକା, ରୁଷିଆ, ୟୁରୋପ, ଜାପାନ, କାନାଡା ଆଦି ଦେଶ ମିଶି ଏହାକୁ ତିଆରି କରିଥିଲେ।
ବିଭିନ୍ନ ଦେଶର ମହାକାଶଚାରୀମାନେ ସେଥିରେ ରହି ପରୀକ୍ଷାନିରୀକ୍ଷା କରୁଛନ୍ତି।
ଦେଶ-ଦେଶ ମଧ୍ୟରେ ଅଲଗା ଅଲଗା ରାଜନୈତିକ ସ୍ବାର୍ଥ ରହିଛି।
ତଥାପି ସେମାନେ ଏକମନା ହୋଇ ଏହି ଜଟିଳ ମହାକାଶ କେନ୍ଦ୍ରଟିକୁ ଚଳାଉଛନ୍ତି।
ରୁଷ୍ ଓ ଆମେରିକା ସମ୍ପର୍କ ଖୁବ୍ ତିକ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ପେସ୍ ଏଜେନ୍ସି ଏହାକୁ ମିଳିମିଶି ଚଳାଉଥିଲେ।Advertisment Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର ହେଉଛି ସ୍ଥିର ଆନ୍ତର୍ଜାତିକ ସହଯୋଗର ଏକ ଅସାଧାରଣ ଉଦାହରଣ।
ତେଣୁ ଏହାକୁ ନେବୋଲ୍ ଶାନ୍ତି ପୁରସ୍କାର ମିଳିଲେ, ଆଶ୍ଚର୍ଯ୍ୟର ବିଶେଷ କାରଣ ନାହିଁ Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର "ପିସ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ଓସ୍ଲୋ"ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହାକୋନ୍ ଜେର୍ଲୁଭ୍ ୨୦୨୬ ନୋବେଲ୍ ଶାନ୍ତି ପୁରସ୍କାରର ସମ୍ଭାବ୍ୟ ତାଲିକା ପ୍ରକାଶ କରିଛନ୍ତି।
ସେଥିରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ନାଁ ରହିଛି।
ତେବେ ଏହା ନର୍ୱେ ନୋବେଲ୍ କମିଟିର ନୁହେଁ, ଜେର୍ଲୁଭ୍ଙ୍କ ନିଜସ୍ବ ତାଲିକା।
ଜେର୍ଲୁଭ୍ କହିଛନ୍ତି ଯେ ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର ହେଉଛି ସ୍ଥିର ଆନ୍ତର୍ଜାତିକ ସହଯୋଗର ଅସାଧାରଣ ଉଦାହରଣ।
ରାଜନୈତିକ ଶତ୍ରୁତା ଥାଇ ସୁଦ୍ଧା ୨୫ ବର୍ଷରୁ ବେଶୀ ହେବ ଏହି ଦେଶମାନେ ମିଳିମିଶି ଏହାକୁ ଚଳାଉଛନ୍ତି।
ନୀତିନିୟମ ପାଳନ ଓ ଆନ୍ତର୍ଜାତିକ ସହଯୋଗ ଦ୍ବାରା ଏହି କେନ୍ଦ୍ର ଚାଲିଛି।
ନର୍ୱେ ନୋବେଲ୍ କମିଟି ଏ ବିଷୟରେ କିଛି କହିନାହିଁ।
୫୦ ବର୍ଷ ହେବ ଏହି କମିଟି ମନୋନୀତ ବ୍ୟକ୍ତି ଓ ମନୋନୟନକାରୀଙ୍କ ନାମ ଗୁପ୍ତ ରଖିଆସିଛି।
ଚଳିତ ବର୍ଷ ନୋବେଲ୍ ଶାନ୍ତି ପୁରସ୍କାର ତାଲିକାରେ ୨୮୭ଟି ନାଁ ରହିଛି।
ସେଥିରୁ ୨୦୮ଜଣ ବ୍ୟକ୍ତି ଏବଂ ୭୯ଟି ଅନୁଷ୍ଠାନ।
ଆସନ୍ତା ୯ ତାରିଖରେ ନୋବେଲ୍ ଶାନ୍ତି ପୁରସ୍କାରର ଆନୁଷ୍ଠାନିକ ଘୋଷଣା ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।