Noida Couple: ନୋଏଡାରେ ଦୁଃଖଦ ଘଟଣା: ଘରୁ ମୃତାବସ୍ଥାରେ ଉଦ୍ଧାର ହେଲେ ୫ସଦସ୍ୟ
"ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ଏକ ଗାଁରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।
ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ସନ୍ଦେହଜନକ ଭାବେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।Advertisment ପୁଲିସ ପ୍ରାଥମିକ ତଦନ୍ତରୁ ଖାଦ୍ୟ ବିଷାକ୍ତ ହେବା କାରଣରୁ ଏମାନଙ୍କ ମୃତ୍ୟୁ ହୋଇଥାଇପାରେବୋଳି କହିଛି।
ପୁଲିସ ଘଟଣାର ତଦନ୍ତ କରୁଛି ଓ ଏକ ଫୋରେନସିକ୍ ଦଳ ଘଟଣାସ୍ଥଳକୁ ପଠାଯାଇଛି।
ମୃତକ ମହେଶ (୩୭), ତାଙ୍କ ପତ୍ନୀ ଲଳିତା (୩୫), ସେମାନଙ୍କ ପୁଅ ଲଡୁ (୧୧), ସକ୍ସତ୍ (୩) ଓ ଝିଅ ମିଷ୍ଟି (୭) ବୋଲି ଜଣାପଡ଼ିଛି।
ନିକଟରେ ରହୁଥିବା ମହେଶଙ୍କ ମା" କହିଛନ୍ତି, ପୁଅର ପରିବାର ଶୋଇବା ପୂର୍ବରୁ ଗତ ରାତିରେ ନୁଡୁଲ୍ସ ଓ ଚା ଖାଇଥିଲେ।
ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ବୈଜ୍ଞାନିକ ତଦନ୍ତ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ, ବରିଷ୍ଠ ଅଧିକାରୀ, ଆମ୍ବୁଲାନ୍ସ ଓ ଖାଦ୍ୟ ସୁରକ୍ଷା ବିଭାଗର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ବାଂଲାଦେଶ କକ୍ସ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ମୃତ, ୯ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।