Nuakhai Festival: ନୂଆଖାଇ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ, ପଣ୍ଡିତଙ୍କ ବିଚାରବିମର୍ଶ
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ନୂଆଖାଇ। ସମ୍ବଲପୁରରେ ନୂଆଖାଇର ପବିତ୍ର ଲଗ୍ନ ନିର୍ଦ୍ଧାରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତମାନେ ପହଞ୍ଚିଛନ୍ତି। ବିଷ୍ଣୁ ସହସ୍ରନାମ ପାଠ ପୂର୍ବକ ଶୁଭ ଲଗ୍ନ, ତିଥି ଓ ନକ୍ଷତ୍ର ବିଚାର କରାଯାଉଛି। ଏହାରି ଆଧାରରେ ନିର୍ଦ୍ଧାରଣ ହେବ ନୂଆଖାଇର ଶୁଭ ଲଗ୍ନ।
ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା' ସମଲେଶ୍ୱରୀଙ୍କ ନିକଟରେ ନୂଆଖାଇ ଅବସରରେ ନବାନ୍ନ ଲାଗିର ପରମ୍ପରା ରହିଛି।
ନୂଆଖାଇ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ
ନୂଆଖାଇ ଲଗ୍ନ ପାଇଁ ଚାଲିଛି ତିଥି-ନକ୍ଷତ୍ର ବିଚାର
ନୂଆଖାଇ ଲଗ୍ନ ନିର୍ଦ୍ଧାରଣରେ ପଣ୍ଡିତଙ୍କ ବିଚାରବିମର୍ଶ
ମା’ ସମଲେଶ୍ୱରୀଙ୍କ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ଖୋଜା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।