23 OCTOBER 2026

Welcome!

Unlock your personalized experience.
Sign Up

NZ-A vs IND-A unofficial Tests: ଶନିବାରଠୁ ଭାରତ-ନ୍ୟୁଜିଲାଣ୍ଡ ‘ଏ’ ଟେଷ୍ଟ୍‌

Oct 23, 2026 - 19:24
NZ-A vs IND-A unofficial Tests: ଶନିବାରଠୁ ଭାରତ-ନ୍ୟୁଜିଲାଣ୍ଡ ‘ଏ’ ଟେଷ୍ଟ୍‌

ଲିନ୍‌କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତ ‘ଏ’ ଦଳ ସେଠାକାର ‘ଏ’ ଦଳ ବିପକ୍ଷରେ ୩ଟି ୪ଦିନିଆ ମ୍ୟାଚ୍‌ ଖେଳି ପ୍ରସ୍ତୁତ ହେବ। ଏହି ୩ ମ୍ୟାଚ୍‌ ବିଶିଷ୍ଟ ଅନୌପଚାରିକ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଶନିବାରଠୁ ଲିନ୍‌କନ୍‌ରେ ଖେଳିବ। ଭାରତ ‘ଏ’ ଦଳର ନେତୃତ୍ବ ଭାର ୱିକେଟ୍‌କିପର ବ୍ୟାଟର୍‌ ଧ୍ରୁବ ଜୁରେଲଙ୍କ ଉପରେ ରହିଛି। ଏହି ଦଳ‌ରେ ତାରକା ଖେଳଳି କେଏଲ୍‌ ରାହୁଲ ଓ ଯଶସ୍ବୀ ଜୟସ୍ବାଲଙ୍କ ସହ ଦେବଦତ୍ତ ପଡ଼ିକଲ, ୱାସିଂଟନ ସୁନ୍ଦର, ସାଇ ସୁଦର୍ଶନ, ଆକାଶ ଦୀପ, ଅଂଶୁଲ କମ୍ବୋଜ ଓ ମୁକେଶ କୁମାର ରହିଛନ୍ତି। ଋଷଭ ପନ୍ତ ସୁସ୍ଥ ହୋଇ ନଥିବାରୁ ସେ ଏହି ଶୃଙ୍ଖଳା ହାତଛଡ଼ା କରିବେ। ତାଙ୍କ ସ୍ଥାନରେ ୱିକେଟ୍‌କିପର ବ୍ୟାଟର୍‌ କୁମାର କୁଶାଗ୍ରାଙ୍କୁ ପ୍ରଥମ ୨ ମ୍ୟାଚ୍‌ ଲାଗି ସାମିଲ କରାଯାଇଛି। ପନ୍ତ ସୁସ୍ଥ ହେଲେ ତୃତୀୟ ମ୍ୟାଚ୍‌ ବେଳକୁ ଦଳରେ ଯୋଗ ଦେବେ। ଶେଷ ଦୁଇ ମ୍ୟାଚ୍‌ ଲାଗି ଘରୋଇ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଝାଡ଼ଖଣ୍ଡ ବ୍ୟାଟର୍‌ ଶିଖର ମୋହନଙ୍କୁ ଦଳରେ ସାମିଲ କରାଯାଇଛି।

ଭାରତ ‘ଏ’ ଦଳ: ଯଶସ୍ବୀ ଜୟସ୍ବାଲ, କେଏଲ୍‌ ରାହୁଲ ଦେବଦତ୍ତ ପଡ଼ିକଲ, ରବିଚନ୍ଦ୍ରନ ସ୍ମରଣ, ଧ୍ରୁବ ଜୁରେଲ (ଅଧିନାୟକ ଓ ୱିକଟ୍‌କିପର), କୁମାର କୁଶାଗ୍ରା (ୱିକେଟ୍‌କିପର, ପ୍ରଥମ ଦୁଇ ମ୍ୟାଚ୍‌), ୱସିଂଟନ ସୁନ୍ଦର, ଅକ୍ବିବ ନବି, ଆକାଶ ଦୀପ, ଅଂଶୁଲ କମ୍ବୋଜ, ମାନବ ସୁତାର, ମୁକେଶ ଚୌଧୁରୀ, ସାଇ ସୁଦର୍ଶନ, ୟଶ ରାଠୋଡ଼, ମୁକେଶ କୁମାର, ଶିଖର ମୋହନ (ଶେଷ ଦୁଇ ମ୍ୟାଚ୍‌)।

ନ୍ୟୁଜିଲାଣ୍ଡ ‘ଏ’ ଦଳ ଘୋଷିତ

ଭାରତର ଏହି ଅଭିଜ୍ଞ ଦଳ ବିପକ୍ଷ ଏ’ ଶୃଙ୍ଖଳା ଲାଗି ନ୍ୟୁଜିଲାଣ୍ଡ ଏ’ ଶୁକ୍ରବାର ୧୯ ଜଣିଆ ଦଳ ଘୋଷଣା କରିଛି। ୩ଟି ମ୍ୟାଚ୍‌ ଲାଗି ଅଲଗା ଦଳ ଘୋଷଣା କରିଥିଲା ବେଳେ ୧୧ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାମିଲ କରିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ରିଜ୍‌ ମାରିଓ ଦଳର ଅଧିନାୟକ ଥିଲା ବେଳେ ତୃତୀୟ ମ୍ୟାଚ୍‌ ଲାଗି ଘୋଷଣା ହୋଇନି। ନ୍ୟୁଜିଲାଣ୍ଡ ‘ଏ’ ଦଳ (ପ୍ରଥମ ମ୍ୟାଚ୍‌): ରିଜ୍‌ ମାରିଉ (ଅଧିନାୟକ), ମ୍ୟାଟ୍‌ ବୟଲ, ମ୍ୟାକ୍ସ ଚୁ, କ୍ରିଷ୍ଟିଆନ୍‌ କ୍ଲାକ, ଡିଓନ୍‌ ଫକ୍ସକ୍ରଫ୍ଟ, ଜ୍ୟାକ୍‌ ଗିବସନ୍‌, ମିଚ ହେ (ୱିକେଟ୍‌କିପର), କର୍ଟିଜ୍‌ ହିଫି, ସିମନ କିନେ, ଜୟଦେନ ଲେନୋକ୍ସ, ଜାରୋଡ ମ୍ୟାକେ, ଟିମ୍‌ ରବିନସନ୍‌, ‌ଫ୍ରେଜର ସିଟ୍‌।

ସୂର୍ଯ୍ୟମନ୍ଦିର ସମ୍ମୁଖ ଜମି ବିବାଦ ମାମଲା: ସରକାରୀ ଖାତାକୁ ଫେରିଲା ୧୧୦ କୋଟିରୁ ଅଧିକ ଟଙ୍କାର ଜମି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।