Odia: ଓଡ଼ିଆ ସ୍ନାତକୋତ୍ତର ଶିକ୍ଷାର ଇତିବୃତ୍ତ

Oct 05, 2026 - 04:39
Odia: ଓଡ଼ିଆ ସ୍ନାତକୋତ୍ତର ଶିକ୍ଷାର ଇତିବୃତ୍ତ

"ପ୍ରବୀର କୁମାର ଦାସ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ସ୍ନାତକୋତ୍ତର ଶିକ୍ଷାର ଅୟମାରମ୍ଭ ହୋଇଥିଲା ଭାରତବର୍ଷର ପ୍ରଥମ ଆଧୁନିକ ବିଶ୍ୱବିଦ୍ୟାଳୟ- କଲିକତା ବିଶ୍ୱବିଦ୍ୟାଳୟରେ।

ଭାରତୀୟ ଭାଷାଗୁଡ଼ିକର ବିଶେଷ ଅନୁଶୀଳନ ସକାଶେ ତତ୍‌କାଳୀନ କୁଳପତି ସାର୍ ଆଶୁତୋଷ ମୁଖାର୍ଜୀଙ୍କ ମାନସ ସନ୍ତାନ ଭାବେ ୧୯୧୯ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ ହେଲା ଭାରତୀୟ ଭାଷା ବିଭାଗ (ଇଣ୍ଡିଆନ୍ ଭର୍ନାକୁଲାର ଡିପାର୍ଟମେଣ୍ଟ)।

ଏହି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀ ପରିଚାଳନା ଓ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ଆର୍ଥିକ ଅବଦାନ ରଖିଥିଲେ ସୋନପୁରର ମହାରାଜା ବୀରମିତ୍ରୋଦୟ ସିଂହଦେଓ।

ଏଥିପାଇଁ ତାଙ୍କୁ ପ୍ରବର୍ତ୍ତାଇଥିଲେ ଏହି ବିଭାଗର ଅଧ୍ୟାପକ ବିଜୟ ଚନ୍ଦ୍ର ମଜୁମଦାର।

ପଣ୍ଡିତ ନୀଳକଣ୍ଠ ଦାସ ୧୯୨୦ ମସିହା ସେପ୍‌ଟେମ୍ବର ୨୧ ତାରିଖରେ ଓଡ଼ିଆ ଏମ୍.ଏ.

ଶ୍ରେଣୀର ଅଧ୍ୟାପକ ଭାବେ ଏହି ବିଭାଗରେ ଯୋଗ ଦେଇଥିଲେ।

ଖୁବ୍ ସ୍ୱଳ୍ପ ସମୟ ପାଇଁ ଏହି ପଦରେ ରହି ୧୯୨୧ ମସିହା ଜାନୁଆରି ୬ ତାରିଖରେ ସେ ବିଦାୟ ନେଇଥିଲେ।

ସେହି ବର୍ଷ ଜୁଲାଇ ମାସରେ ଅଧ୍ୟାପନା ପାଇଁ ଯୋଗ ଦେଲେ ପଣ୍ଡିତ ବିନାୟକ ମିଶ୍ର।

ନୀଳକଣ୍ଠ ଦାସ ଓଡ଼ିଆରେ ଏମ୍.ଏ.

ନଥିଲେ ଏବଂ ପଣ୍ଡିତ ବିନାୟକ ମିଶ୍ର କଟକ ଟ୍ରେନିଂ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଭର୍ନାକୁଲାର ପଣ୍ଡିତ ଥିଲେ, ତଥାପି ଓଡ଼ିଆ ଭାଷା ଓ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଯୋଗୁଁ ସେମାନେ ଅଧ୍ୟାପକ ପଦରେ ଆସୀନ ହୋଇଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲୋକନାଥ ମହାପାତ୍ର କଲିକତା ବିଶ୍ୱବିଦ୍ୟାଳୟ ଓ ସମଗ୍ର ଓଡ଼ିଶାର ପ୍ରଥମ ଓଡ଼ିଆ ଏମ୍.ଏ.

ଛାତ୍ର ଓ ଡିଗ୍ରିଧାରୀ।

ତାଙ୍କ ପରେ କଲିକତା ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଏମ୍.ଏ.

ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ହେଉଛନ୍ତି ଲକ୍ଷ୍ମୀନାରାୟଣ ସାହୁ, ଚିନ୍ତାମଣି ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ସେନଗୁପ୍ତ, ରାମଚନ୍ଦ୍ର ମହାପାତ୍ର, ବୈକୁଣ୍ଠନାଥ ପଟ୍ଟନାୟକ, ଅସିତ ଦାସ, କୁଞ୍ଜବିହାରି ଦାଶ, ରାଜକିଶୋର ରାୟ, କାହ୍ନୁଚରଣ ମିଶ୍ର, ଜୟକୃଷ୍ଣ ମିଶ୍ର, ଆଶାଲତା ବେହେରା, ଚିନ୍ତାମଣି ବେହେରା ପ୍ରଭୃତି।

ରେଭେନ୍‌ସା କଲେଜରେ ୧୯୪୬ ମସିହାରେ ଓଡ଼ିଆରେ ଏମ୍.ଏ.

ଶ୍ରେଣୀ ଖୋଲିଲା।

ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ମୁଖ୍ୟ ଅଧ୍ୟାପକ ଭାବରେ କିଛିଦିନ ଏହି ବିଭାଗର ଦାୟିତ୍ୱରେ ରହିଲେ।

କିନ୍ତୁ ଏହି ବିଭାଗର ପ୍ରଥମ ପ୍ରଫେସର ହେଲେ ଡକ୍ଟର କରୁଣାକର କର।

ସେ ସଂସ୍କୃତରେ ଏମ୍.ଏ.

ହେଲେ ମଧ୍ୟ ଚର୍ଯ୍ୟାଗୀତି ସମ୍ପର୍କରେ ଗବେଷଣା କରି ଓଡ଼ିଆରେ ଡି.ଲିଟ୍.

ଡିଗ୍ରି ଲାଭ କରିଥିଲେ।ବିଶ୍ୱଭାରତୀ (ଶାନ୍ତିନିକେତନ)ରେ ଓଡ଼ିଆ ଗବେଷଣା ବିଭାଗ ୧୯୪୭ ମସିହା ଜୁଲାଇ ମାସରେ ପ୍ରତିଷ୍ଠିତ ହୋଇଥିଲା।

୧୯୫୧ ମସିହାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରେ ଏଠାରେ ଗବେଷଣା ସଙ୍ଗେ ଅଧ୍ୟାପନାକୁ ଗୁରୁତ୍ୱ ଦେବାରୁ ଓଡ଼ିଆରେ ଅନର୍ସ ଓ ଏମ୍.ଏ.

ଶ୍ରେଣୀ ଖୋଲିଲା।

ପ୍ରହଲ୍ଲାଦ ପ୍ରଧାନ ଏହାର ପ୍ରଥମ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ।

ତାଙ୍କ ତତ୍ତ୍ୱାବଧାନରେ ଚିତ୍ତରଞ୍ଜନ ଦାସ ଗବେଷଣା କାର୍ଯ୍ୟ କରୁଥିଲେ।

ପରେ ଅଧ୍ୟାପକ ଭାବେ ଯୋଗ ଦେଲେ କୁଞ୍ଜବିହାରୀ ଦାଶ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଏମ୍.ଏ.

ଶ୍ରେଣୀରେ ପ୍ରଥମେ ତିନି ଜଣ ଛାତ୍ର ଯୋଗ ଦେଇଥିଲେ।

ସେମାନେ ହେଲେ ନରେନ୍ଦ୍ର ନାଥ ମିଶ୍ର, ଦୁର୍ଗାଚରଣ ପରିଡ଼ା ଓ ନରେନ୍ଦ୍ର ମୋହନ ମିଶ୍ର।ଆଶ୍ଚର୍ଯ୍ୟର ବିଷୟ ଯେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୯୬୮ ମସିହାରେ ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀ ଖୋଲିଥିଲେ ମଧ୍ୟ ରାଜ୍ୟର ପ୍ରଥମ ଓ ପ୍ରମୁଖ ବିଶ୍ୱବିଦ୍ୟାଳୟ (ଉତ୍କଳ ବିଶ୍ୱବିଦ୍ୟାଳୟ)ରେ ଓଡ଼ିଆ ବିଭାଗ ପ୍ରତିଷ୍ଠିତ ହୋଇ ନଥିଲା।୧୯୬୯ ମସିହା ଜୁଲାଇ ମାସ ଏକ ତାରିଖରେ ୧୬ ଜଣ ଛାତ୍ରଛାତ୍ରୀ ତଥା ତିନି ଜଣ ଅଧ୍ୟାପକଙ୍କୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସ୍ନାତକୋତ୍ତର ବିଭାଗ ଆରମ୍ଭ ହୋଇଥିଲା।

ଏହି ବିଭାଗରେ ପ୍ରଥମେ ରିଡର୍ ଭାବେ ଯୋଗ ଦେଇଥିଲେ ଡକ୍ଟର ବଂଶୀଧର ମହାନ୍ତି।

ଅଧ୍ୟାପକ ଭାବେ ବାସୁଦେବ ସାହୁ ଓ ନିତ୍ୟାନନ୍ଦ ଶତପଥୀ ଯୋଗ ଦେଇ ଅଧ୍ୟାପନାରେ ନିୟୋଜିତ ହେଲେ।ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀ ଖୋଲିଲା।

ଶେଷରେ ୨୦୨୩ ମସିହା ସେପ୍‌ଟେମ୍ବର ମାସ ୫ ତାରିଖରେ ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାରୁ ଓଡ଼ିଆ ସ୍ନାତକୋତ୍ତର ଶିକ୍ଷା ଶିଖର ସ୍ପର୍ଶ କଲା।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୮୮୪୭୮୬୮୦୫୦Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।