Odia-Origin Entrepreneur Sam Pasupalak: ଏଆଇ ଗବେଷଣାରେ ଓଡ଼ିଆ ଇଞ୍ଜିନିୟରଙ୍କ ବଡ଼ ସଫଳତା, ତିଆରି କଲେ SKY-001

Oct 21, 2026 - 10:00
Odia-Origin Entrepreneur Sam Pasupalak: ଏଆଇ ଗବେଷଣାରେ ଓଡ଼ିଆ ଇଞ୍ଜିନିୟରଙ୍କ ବଡ଼ ସଫଳତା, ତିଆରି କଲେ SKY-001

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ AIର ଗବେଷଣା କ୍ଷେତ୍ରରେ ଓଡ଼ିଆ ସଫ୍ଟଓ୍ୱେୟାର ଇଂଜିନିୟରଙ୍କ ସଫଳତା। ସ୍କାଏଫଲ୍ AIର ସହ-ପ୍ରତିଷ୍ଠାତା ତଥା ସିଇଓ ସାମ୍ ପଶୁପାଳକ SKY-001 ନାମକ ଏକ ଅଭିନବ AI ମଡେଲ୍ ପ୍ରସ୍ତୁତ କରିଛନ୍ତି। ଏହି ନୂତନ ମଡେଲଟି ଇଞ୍ଜିନିୟରିଂ କ୍ଷେତ୍ରରେ ଥିବା ଜଟିଳତାକୁ ଆହୁରି ସରଳ କରିବାରେ ସକ୍ଷମ ବୋଲି ଦାବି କରିଛନ୍ତି। ଏହା କମ୍ପ୍ୟୁଟର-ଏଡେଡ୍ ଡିଜାଇନ୍ CAD ଏବଂ ବିଲ୍ଡିଂ ଇନଫର୍ମେସନ୍ ମଡେଲିଂ BIM ବ୍ୟବହାର କରି ଇଞ୍ଜିନିୟରିଂ ଡିଜାଇନ୍ ପ୍ରସ୍ତୁତ ପାଇଁ ନିର୍ମିତ ଏକ ମଡେଲ୍।

ବର୍ତ୍ତମାନ ଏଭଳି ସମସ୍ୟାର ସମାଧାନ ଲାଗି ଥିବା ଏଆଇ ଟୁଲ୍ GPT-6 ଅଷ୍ଟ୍ରା ପରି ମଡେଲଗୁଡ଼ିକୁ ପଛରେ ପକାଇବାର କ୍ଷମତା ରହିଛି ବୋଲି କହିଛିନ୍ତି।ସାମ ପଶୁପାଳକ ପ୍ରସ୍ତୁତ କରିଥିବା ମଡେଲ୍ SKY-001ର ସ୍ପିଡ୍ ଅଧିକ ଏବଂ ଖର୍ଚ୍ଚ କମ। ଅନ୍ୟ ଏଆଇ ମଡେଲ୍ ତୁଳନାରେ ଦେଢଶହ ଗୁଣ କମ ଖର୍ଚ୍ଚ ହୋଇଥାଏ। ଇଞ୍ଜିନିୟରିଂ କାର୍ଯ୍ୟ ପାଇଁ ଏହି ମଡେଲକୁ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ସଫ୍ଟଓ୍ୱେୟାର ଇଂଜିନିୟର ସାମ୍ ପଶୁପାଳକ। ଏହି ମଡେଲ୍ ବିଶ୍ବର ଅଗ୍ରଣୀ AI ବ୍ୟବସ୍ଥା ତୁଳନାରେ ଅଧିକ ଦ୍ରୁତ, ଶସ୍ତା ଏବଂ ସଠିକ।

Skyfall AI ଦଳର ୧୮ ମାସର ପରିଶ୍ରମର ଏହା ଫଳାଫଳ। ଇଂଜିନିୟରିଂ କ୍ଷେତ୍ରରେ ପୂର୍ବରୁ ସହାୟତା କରୁଥିବା OpenAIର ମଡେଲ ହେଉଛି  GPT-6 Astra।  ସାମ ପଶୁପାଳକ ଏବେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଅବସ୍ଥାପିତ ଅଛନ୍ତି। ପଶୁପାଳକ ୨୦୧୧ ମସିହାରେ କାନାଡାର ୱାଟରଲୁ ବିଶ୍ୱବିଦ୍ୟାଳୟରୁ ଗଣିତ ଏବଂ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୨୫ରେ Skyfall AI ଆରମ୍ଭ କରିବା ପୂର୍ବରୁ ପଶୁପାଳକ ୨୦୧୧ ମସିହାରେ Maluuba  ନାମକ କମ୍ପାନୀ ପ୍ରତିଷ୍ଠା କରି ଏହାର CEO ଭାବରେ କାର୍ଯ୍ୟ କରିଥିଲେ। ୨୦୧୭ ମସିହାରେ AI ଗବେଷଣା ଷ୍ଟାର୍ଟଅପ ମାଲୁବାକୁ ବିଶ୍ବର ଅଗ୍ରଣୀ କମ୍ପାନୀ Microsoft ଅଧିଗ୍ରହଣ କରିଥିଲା।...

AI ଗବେଷଣା କ୍ଷେତ୍ରରେ ଓଡ଼ିଆ ଇଂଜିନିୟରଙ୍କ କମାଲ 
ଓଡ଼ିଆ ଇଂଜିନିୟର ସାମ ପଶୁପାଳକଙ୍କ ସଫଳତା 
ସ୍କାଏଫଲ୍ AIର ସହ-ପ୍ରତିଷ୍ଠାତା ତଥା ସିଇଓ ସାମ୍ ପଶୁପାଳକ
ଇଂଜିନିୟରିଂ କ୍ଷେତ୍ରରେ ସହାୟତା ଲାଗି ପ୍ରସ୍ତୁତ କରିଛନ୍ତି SKY-001 ମଡେଲ୍ 
ଇଞ୍ଜିନିୟରିଂ କ୍ଷେତ୍ରରେ ଥିବା ଜଟିଳତାକୁ ଆହୁରି ସରଳ କରିପାରୁଥିବା ଦାବି 
ଏହା କମ୍ପ୍ୟୁଟର-ଏଡେଡ୍ ଡିଜାଇନ୍ CAD ବ୍ୟବହାରରେ ସହାୟକ ହେବ 
ବିଲ୍ଡିଂ ଇନଫର୍ମେସନ୍ ମଡେଲିଂ BIM ବ୍ୟବହାରରେ ହେବ ସହାୟକ 
ପୂର୍ବରୁ ଥିବା AI ମଡେଲ୍ GPT-6 ଅଷ୍ଟ୍ରାକୁ ପଛରେ ପକାଇଥିବା ଦାବି 
ମଡେଲ୍ SKY-001ର ସ୍ପିଡ୍ ଅଧିକ ଏବଂ ଖର୍ଚ୍ଚ କମ
ପୂର୍ବ ମଡେଲ ତୁଳନାରେ ଏହା ୧୫୦ ଗୁଣ ଖର୍ଚ୍ଚ କମ 
ବିଶ୍ବର ଅଗ୍ରଣୀ AI ମଡେଲ ତୁଳନାରେ ଅଧିକ ଦ୍ରୁତ, ଶସ୍ତା ଏବଂ ସଠିକ
Skyfall AI ଟିମର ୧୮ ମାସର ପରିଶ୍ରମର ଏହି ସଫଳତା 
OpenAIର ମଡେଲ GPT-6 Astra

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।