Two BTech Students Arrested: ଦଶହରା ଭିଡ଼ରେ ଲୁଟ୍‌ ଓ ମୋବାଇଲ୍‌ ଚୋରି, ଭୁବନେଶ୍ୱରରେ ଦୁଇ ବିଟେକ୍‌ ଛାତ୍ରଙ୍କ ସମେତ ୭ ଗିରଫ

Oct 21, 2026 - 10:42
Two BTech Students Arrested: ଦଶହରା ଭିଡ଼ରେ ଲୁଟ୍‌ ଓ ମୋବାଇଲ୍‌ ଚୋରି, ଭୁବନେଶ୍ୱରରେ ଦୁଇ ବିଟେକ୍‌ ଛାତ୍ରଙ୍କ ସମେତ ୭ ଗିରଫ

ଦଶହରା ଭିଡ଼ରେ ମାତିଥିଲେ ଲୁଟେରା ଓ ମୋବାଇଲ୍ ଚୋର ଗ୍ୟାଙ୍ଗ୍। ଗୋଟିଏ ପଟେ ଅନ୍ଧାରୀ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ୍, ଅନ୍ୟପଟେ ପୂଜା ମଣ୍ଡପରେ ମୋବାଇଲ୍ ଚୋରି। ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଲୁଟ୍ ଅଭିଯୋଗରେ ଦୁଇ ବିଟେକ୍ ଛାତ୍ରଙ୍କୁ ଗିରଫ କରିଛି ପୋଲିସ। ମୋବାଇଲ୍ ଓ ସ୍କୁଟି ଲୁଟ୍ କରିବା ୧୨ ଘଣ୍ଟା ମଧ୍ୟରେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ। ସେମାନଙ୍କଠାରୁ ଲୁଟ୍ ସାମଗ୍ରୀ ସହ ବାଇକ୍ ଓ ଅନ୍ୟ ମୋବାଇଲ୍ ଜବତ ହୋଇଛି।

ସେପଟେ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଭିଡ଼ର ସୁଯୋଗ ନେଇ ମୋବାଇଲ୍ ଚୋରି କରୁଥିବା ଅଭିଯୋଗରେ ୪ ମହିଳାଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କଠାରୁ ୫ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ। କୃତ୍ରିମ ଭିଡ଼ ସୃଷ୍ଟି କରି ପକେଟ୍ ରୁ ମୋବାଇଲ୍ ଚୋରି କରୁଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରେ ସୂଚନା ମିଳିଛି। ତେବେ ପୂଜା ଭିଡ଼ରେ ସତର୍କ ରହିବାକୁ ପୋଲିସର ପରାମର୍ଶ ଦେବା ସହ ଉଭୟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।...

 ଦଶହରା ଭିଡ଼ରେ ଲୁଟେରା ଓ ମୋବାଇଲ୍ ଚୋରଙ୍କ ଆତଙ୍କ
ଇନଫୋଭ୍ୟାଲିରେ ଦୁଇ ବିଟେକ୍ ଛାତ୍ର ଗିରଫ
ଲୁଟ୍ ର ୧୨ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତ ଗିରଫ
ନୟାପଲ୍ଲୀରେ ଚୋରି ଅଭିଯୋଗରେ ୪ ମହିଳାଙ୍କ ସମେତ ୫ ଗିରଫ
ଦୁଇ ଘଟଣାରେ ଚୋରି ମୋବାଇଲ୍, ସ୍କୁଟି ଓ ବାଇକ୍ ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।