Odia Udyogee 3.0 ଓଡ଼ିଆ ଉଦ୍ୟୋଗୀ ୩.୦ ପ୍ରତିଯୋଗିତା ଉଦ୍‌ଘାଟିତ

Sep 30, 2026 - 20:04
Odia Udyogee 3.0  ଓଡ଼ିଆ ଉଦ୍ୟୋଗୀ ୩.୦ ପ୍ରତିଯୋଗିତା ଉଦ୍‌ଘାଟିତ

"ଭୁବନେଶ୍ୱର:   ଓଡ଼ିଆ ଉଦ୍ୟୋଗୀ ୩.୦ ରାଜ୍ୟସ୍ତରୀୟ ସମସ୍ୟା ସମାଧାନ ପ୍ରତିଯୋଗିତା ଆଜି (ବୁଧବାର) ଭୁବନେଶ୍ବର ଆଇଆଇଟିଠାରେ ଉଦ୍‌ଘାଟିତ ହୋଇଯାଇଛି।

ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ଅଞ୍ଚଳର ସମସ୍ୟାକୁ ଚିହ୍ନଟ କରି ନୂଆ ଚିନ୍ତାଧାରା ଓ ପ୍ରଯୁକ୍ତି ସହାୟତାରେ ତାହାର ସମାଧାନ କରିବାର ଏହି ପ୍ରତିଯୋଗିତାର ଲକ୍ଷ୍ୟ।

ଏଥିରେ ରାଜ୍ୟର ୧୦୧ଟି ବିଦ୍ୟାଳୟର ୧୯୨ ଜଣ ଛାତ୍ରଛାତ୍ରୀ ନିଜର ଅଭିନବ ଚିନ୍ତାଧାରା ଓ ସମାଧାନ ଉପସ୍ଥାପନ କରିଛନ୍ତି।

Advertisment Indian Entrepreneurs: ବିଦେଶରେ ରହିବାକୁ ଚାହୁଛନ୍ତି ୭୪% ଉଦ୍ୟୋଗୀ: ପସନ୍ଦର ଦେଶ ସିଙ୍ଗାପୁରଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ୟୁନିସେଫ୍‌ ଏବଂ ଭୁବନେଶ୍ବର ଆଇଆଇଟିର ଗବେଷଣା ଓ ଉଦ୍ୟୋଗିତା ପାର୍କର ମିଳିତ ଉଦ୍ୟମରେ ଅନୁଷ୍ଠିତ "ଓଡ଼ିଆ ଉଦ୍ୟୋଗୀ ୩.୦" ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ୯୬୯ଟି ଚିନ୍ତାଧାରା ମିଳିଥିଲା।

ସେଥିରୁ ୭୪୯ଟି ଜିଲ୍ଲାସ୍ତରୀୟ ପର୍ଯ୍ୟାୟ ପାଇଁ ଚୟନ ହୋଇଥିଲା।

ଏହି ପ୍ରକ୍ରିୟା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଚାରିପାଖର ବାସ୍ତବ ସମସ୍ୟାକୁ ଚିହ୍ନଟ କରି ସେଗୁଡ଼ିକର ବ୍ୟବହାରିକ, ଅଭିନବ ଓ ପ୍ରଯୁକ୍ତିଭିତ୍ତିକ ସମାଧାନ ବିକଶିତ କରିବାର ସୁଯୋଗ ପାଉଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, ଆଇଏଏସ୍‌, ଯୁଗ୍ମ ନିର୍ଦ୍ଦେଶିକା ଶସ୍ମିତା ମାଳି, ଉପନିର୍ଦ୍ଦେଶିକା ସିଏଛ.

ବିଜୟଲକ୍ଷ୍ମୀ, ୟୁନିସେଫ୍‌ ଓଡ଼ିଶାର ରାଜ୍ୟ ମୁଖ୍ୟ ଲଳିତା ପଟ୍ଟନାୟକ, ଆଇଆଇଟି ଭୁବନେଶ୍ୱର ଗବେଷଣା ଓ ଉଦ୍ୟୋଗିତା ପାର୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଶୁଭଙ୍କର ପତି ଏବଂ ଆଇଆଇଟି ଭୁବନେଶ୍ୱରର ଶୈକ୍ଷିକ ବ୍ୟାପାର ଅଧିଷ୍ଠାତା ପ୍ରଫେସର ଉମାପ୍ରସନ୍ନ ଓଝା ଉପସ୍ଥିତ ଥିଲେ।

Agri-Based Businesses ଅବସରପ୍ରାପ୍ତ କୃଷି ଅଧିକାରୀମାନଙ୍କୁ କୃଷି ଉଦ୍ୟୋଗୀ ହେବାକୁ ମିଳିବ ସହାୟତାଏହି ଅବସରରେ ଶ୍ରୀମତୀ ନିୟତି ପଟ୍ଟନାୟକ କହିଛନ୍ତି ଯେ ଯୁବପିଢ଼ିକୁ ଯେତେବେଳେ ଏକ ମଞ୍ଚ, ଠିକ୍‌ ମାର୍ଗଦର୍ଶନ ଏବଂ ବାସ୍ତବ ସମସ୍ୟାର ସମାଧାନ ପାଇଁ ସୁଯୋଗ ମିଳେ, ସେମାନଙ୍କ ଚିନ୍ତାଧାରା ହିଁ ସାର୍ଥକ ପରିବର୍ତ୍ତନର ଆରମ୍ଭ ହୋଇପାରେ।

ଏହି ପ୍ରତିଯୋଗିତାରେ ପ୍ରାୟ ୧୦୦ ଜଣ ମାର୍ଗଦର୍ଶକଙ୍କ ସହାୟତାରେ ଯୁବ ଅଂଶଗ୍ରହଣକାରୀମାନେ ନିଜ ଚିନ୍ତାଧାରାକୁ ଅଧିକ ଉନ୍ନତ କରୁଛନ୍ତି।

ଲକ୍ଷ୍ୟ କେବଳ ଏକ ଚିନ୍ତାଧାରା ଉପସ୍ଥାପନରେ ସୀମିତ ନୁହେଁ।

ଏହାକୁ ଏକ ନମୁନା ରୂପରେଖାରେ ପରିଣତ କରି ଆଗକୁ ନେବା ପାଇଁ ମାର୍ଗଦର୍ଶନ, ଉଦ୍ୟୋଗ ବିକାଶ କେନ୍ଦ୍ରର ସହାୟତା ଓ ବୈଷୟିକ ସହଯୋଗର ସୁଯୋଗ ସୃଷ୍ଟି କରିବା ମଧ୍ୟ ଏହି ପଦକ୍ଷେପର ଅଂଶ।

ଓଡ଼ିଆ ଉଦ୍ୟୋଗୀ ୩.୦ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ବାସ୍ତବ ସମାଧାନରେ ପରିଣତ କରିବାର ଏକ ମଞ୍ଚ ଭାବେ ଆଗକୁ ବଢ଼ୁଛି ବୋଲି ସେ କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।