Odisha Bandh Tension: ଓଡ଼ିଶା ବନ୍ଦ ବେଳେ ମାଷ୍ଟରକ୍ୟାଣ୍ଟିନରେ ଉତ୍ତେଜନା, ପଥଚାରୀଙ୍କ ସହ କଂଗ୍ରେସ କର୍ମୀଙ୍କ ଯୁକ୍ତିତର୍କ
ଓଡ଼ିଶା ବନ୍ଦ ପାଳନ ବେଳେ ଭୁବନେଶ୍ୱରର ସବୁଠୁ ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। କଂଗ୍ରେସ କର୍ମୀ ସାଧାରଣ ପଥଚାରୀଙ୍କ ଅଟକାଇବା ବେଳେ ରାସ୍ତାରେ ଦେଖିବାକୁ ମିଳିଥିଲା ଘୋର ଅସନ୍ତୋଷ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ବେଳେ ଲୋକଙ୍କ ସହ ଆନ୍ଦୋଳନକାରୀଙ୍କ ଯୁକ୍ତିତର୍କ ହୋଇଛି। ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ କର୍ମୀମାନେ ହାତରେ ଦଳୀୟ ପତାକା ଓ ଠେଙ୍ଗା ଧରି ରାସ୍ତା ଅବରୋଧ କରିଛନ୍ତି। ପଥଚାରୀଙ୍କ ବାଟ ଓଗାଳିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ମହିଳା କାର ଚାଳକଙ୍କୁ ଅଟକାଇ ଗୋ ବ୍ୟାକ୍ ନାରାବାଜି କରିଥିଲେ ଆନ୍ଦୋଳନକାରୀ। ଏତିକିବେଳେ ଗାଡ଼ି ଚାଳକ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧରି ତୀବ୍ର ଯୁକ୍ତିତର୍କ ଓ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ଘେରି ନାକେଦମ୍ କରିଥିଲେ କଂଗ୍ରେସ କର୍ମୀ। ତାଙ୍କ ସ୍କୁଟର ଆଗରେ ବସି ରାସ୍ତା ଅଟକାଇଥିଲେ। ଏପରିକି ତାଙ୍କୁ ମାଗିଥିଲେ ପରିଚୟପତ୍ର।
ରାଜଧାନୀର ହାର୍ଟ କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନରେ ଏଭଳି ଘଟଣା ସାଧାରଣ ଲୋକଙ୍କୁ ଅସନ୍ତୁଷ୍ଟ କରିଥିଲା। ବାଇକରେ ଯାଉଥିବା ପଥଚାରୀଙ୍କୁ ବି ଅଟକାଇବା ବେଳେ ବି ମାଷ୍ଟରକ୍ୟାଣ୍ଟିନରେ ଯୁକ୍ତିତର୍କ ଭଳି ସ୍ଥିତି ସୃଷ୍ଟି ହୋଇଥିଲା।
ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ବେଳେ ପାଟିତୁଣ୍ଡ
ବନ୍ଦ ବେଳେ ମାଷ୍ଟରକ୍ୟାଣ୍ଟିନ ରାସ୍ତାରେ ଯୁକ୍ତିତର୍କ
ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ କର୍ମୀ-ପଥଚାରୀ ମୁହାଁମୁହିଁ
ବରିଷ୍ଠ ନାଗରିକ, ମହିଳା ଚାଳକଙ୍କୁ ଘେରିଲେ
ଠେଙ୍ଗା ପତାକା ଧରି କଂଗ୍ରେସ କର୍ମୀଙ୍କ ପ୍ରତିବାଦ
ଆନ୍ଦୋଳନ ନାଁରେ ଲୋକଙ୍କୁ ନାକେଦମ୍ କରୁଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।