Odisha Bar Council: ବିଚାର ବିଭାଗୀୟ ଅଧିକାରୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଘଟଣା: ଆଇନଜୀବୀ ପରିଷଦର ଦୃଢ଼ ନିନ୍ଦା

Nov 08, 2026 - 19:02
Odisha Bar Council: ବିଚାର ବିଭାଗୀୟ ଅଧିକାରୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଘଟଣା: ଆଇନଜୀବୀ ପରିଷଦର ଦୃଢ଼ ନିନ୍ଦା

କଟକ : ନବରଙ୍ଗପୁର ଜିଲ୍ଲାର ଝରି ଗାଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ, ସରକାରୀ ଓକିଲ ଓ ପୁଲିସଙ୍କୁ ଜଣେ ମହିଳା ଅଭିଯୁକ୍ତ କରିଥିବା ପ୍ରାଣାନ୍ତକ ଆକ୍ରମଣର ସମ୍ବାଦ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ଦୃଷ୍ଟିକୁ ଆସିଛି।

ଏହି ଘଟଣାରେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୀତାଂଶୁ ମୋହନ ଦ୍ବିବେଦୀ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମାନ୍ୟବର ସଦସ୍ୟ ପିଟା ରମେଶ ପାତ୍ରଙ୍କୁ ସରଜମିନ ତଦନ୍ତ କରିବା ପାଇଁ ଝରି ଗାଁ ପଠାଇଛନ୍ତି।

Advertisment ରାଜ୍ୟ ଆଇନଜୀବୀ ପରିଷଦର ସମସ୍ତ ସଦସ୍ୟ ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ବିଚାର ବିଭାଗୀୟ ଅଧିକାରୀ ଓ ଆଇନଜୀବୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅନ୍ୟତମ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ସରକାରୀ ଓକିଲ ଏବଂ କର୍ତ୍ତବ୍ୟରତ ପୁଲିସ କର୍ମଚାରୀମାନଙ୍କ ଉପରେ ଅଭିଯୁକ୍ତମାନଙ୍କର ଏତାଦୃଶ ବର୍ବରୋଚିତ୍ତ ଓ ଅମାନୁଷିକ ଆକ୍ରମଣ ଯଥେଷ୍ଟ ଉଦବେଗର କାରଣ।

ଏହା ନିଶ୍ଚିତ ଭାବରେ ପ୍ରଚଳିତ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କୁରଛି।

ବିଚାର ବିଭାଗୀୟ ଅଧିକାରୀ ଓ ଆଇନଜୀବୀମାନେ ଏହି ଆକ୍ରମଣର ଶିକାର ହେଲେ ସାଧାରଣ ଲୋକମାନଙ୍କୁ ସୁରକ୍ଷା କିଏ ପ୍ରଦାନ କରିବ?

ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଏଭଳି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହିତ ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକଙ୍କୁ ତଥା ନବରଙ୍ଗପୁରର ଆରକ୍ଷୀ ଅଧିକ୍ଷକଙ୍କୁ ପତ୍ର ଦ୍ୱାରା ବିଚାର ବିଭାଗୀୟ ଅଧିକାରୀ ଓ ଆଇନଜୀବୀମାନଙ୍କର ସୁରକ୍ଷା ପ୍ରଦାନ ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ପରି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ ୧ ମାସ ସମୟ ମଧ୍ୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରି ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଙ୍କ ଦ୍ଵାରା ତ୍ୱରିତ ବିଚାର ମାଧ୍ୟ୍ୟମରେ ୩ ମାସ ମଧ୍ୟରେ ବିଚାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଦୃଢ ଦାବି କରିଛନ୍ତି।

ତତ୍ ସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଆଇନଜୀବୀଙ୍କୁ ବିଶେଷ ଭାବରେ ଅନୁରୋଧ କରିଛନ୍ତି କି ଏଭଳି ବର୍ବରୋଚିତ୍ତ କାଣ୍ଡ ଭିଆଇ ଥିବା ଅଭିଯୁକ୍ତ କୁ ପ୍ରୋତ୍ସାହନ ନକରି ନ୍ୟାୟପାଳିକା ଓ ଆଇନଜୀବୀମାନଙ୍କର ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।