Odisha Campus Elections: କ୍ୟାମ୍ପସ ନିର୍ବାଚନ ପ୍ରଚାରରେ କଡ଼ା ନିୟମ, ପ୍ରିଣ୍ଟେଡ୍ ପୋଷ୍ଟର ଓ ପାମ୍ପଲେଟ୍ ମନା

Oct 05, 2026 - 17:19
Odisha Campus Elections: କ୍ୟାମ୍ପସ ନିର୍ବାଚନ ପ୍ରଚାରରେ କଡ଼ା ନିୟମ, ପ୍ରିଣ୍ଟେଡ୍ ପୋଷ୍ଟର ଓ ପାମ୍ପଲେଟ୍ ମନା

କ୍ୟାମ୍ପସରେ କେମିତି ପ୍ରଚାର କରିବେ ପ୍ରାର୍ଥୀ। ଏନେଇ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ରହିଛି। ଏଥର ପ୍ରାର୍ଥୀ ପ୍ରିଣ୍ଟେଡ୍ ପୋଷ୍ଟର, ପାମ୍ପଲେଟ୍ ବ୍ୟବହାର କରିପାରିବେ ନାହିଁ। କେବଳ ହାତରେ ତିଆରି ପୋଷ୍ଟର ବ୍ୟବହାର କରିପାରିବେ। କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ସ୍ଥାନରେ ଲଗାଇପାରିବେ ପୋଷ୍ଟର। କ୍ୟାମ୍ପସ ବାହାରେ ଶୋଭାଯାତ୍ରା, ବୈଠକ କିମ୍ବା କ୍ୟାମ୍ପେନ୍ କରିବା ମନା। ଶୋଭାଯାତ୍ରା କି ବୈଠକ ପାଇଁ ଆଗୁଆ କଲେଜ କିମ୍ବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ନେବାକୁ ହେବ। ସେହିପରି କଲେଜ କିମ୍ବା ବିଶ୍ବବିଦ୍ୟାଳୟର କୌଣସି ସମ୍ପତ୍ତି ନଷ୍ଟ କରିପାରିବେ ନାହିଁ। ... 

କ୍ୟାମ୍ପସରେ ବାଜିଲା ନିର୍ବାଚନ ବିଗୁଲ୍। ୭ରେ ଆସିବ ବିଜ୍ଞପ୍ତି, ୧୫ରେ ଭୋଟ୍।  ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ତାରିଖ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ୯ ତାରିଖରେ ପ୍ରାର୍ଥୀମାନେ ଭରିବେ ନାମାଙ୍କନ। ସେହିଦିନ ହିଁ ନାମାଙ୍କନ ଯାଞ୍ଚ ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୪ରେ ହ୍ବାଏ ଆଇ ଷ୍ଟାଣ୍ଡ୍ ମିଟିଂ ସହିତ ୧୫ ତାରିଖରେ ହେବ କ୍ୟାମ୍ପସ୍ ଭୋଟ୍ । ସକାଳ ୮ଟାରୁ ୨ଟା ଯାଏଁ ଭୋଟ୍ ଗ୍ରହଣ କରାଯାଇ ପରେ ଗଣତି ହେବ ।

ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ। ୧୬ ତାରିଖରେ ହେବ ଶପଥ ଗ୍ରହଣ ଉତ୍ସବ। ଅର୍ଥାତ୍ ଦଶହରା ଛୁଟି ପୂର୍ବରୁ ହିଁ ସମ୍ପୂର୍ଣ୍ଣ ହେବ ନିର୍ବାଚନ ପ୍ରକ୍ରିୟା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଏବେ କ୍ୟାମ୍ପସ୍ ରାଜନୀତିରେ ଦେଖାଦେଇଛି ନୂଆ ଉତ୍ସାହ। ୨୦୧୭ରେ ଶେଷଥର ପାଇଁ ରାଜ୍ୟରେ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ। ଏହାପରେ ବିଭିନ୍ନ କାରଣ ଦର୍ଶାଇ କ୍ୟାମ୍ପସ୍ ଇଲେକ୍ସନ୍ ବନ୍ଦ ରହିଥିଲା। କୋଭିଡ୍ ମହାମାରୀ ସମୟରେ ମଧ୍ୟ ନିର୍ବାଚନ ହୋଇନଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।