Locals Demand Immediate Action Over Poor Services: ନେଟୱାର୍କ ଅଭାବରୁ ଅଟକୁଛି କାମ, ମୋହନା ଡାକଘରରେ ଗ୍ରାହକ ହଇରାଣ

Oct 05, 2026 - 17:41
Locals Demand Immediate Action Over Poor Services: ନେଟୱାର୍କ ଅଭାବରୁ ଅଟକୁଛି କାମ, ମୋହନା ଡାକଘରରେ ଗ୍ରାହକ ହଇରାଣ

ଅବ୍ୟବସ୍ଥାରେ ଚାଲିଛି ଡାକ ସେବା। କାର୍ଯ୍ୟଳୟରେ ନା ଅଛି ନେଟୱାର୍କ, ନା ଗ୍ରାହକଙ୍କ ପାଇଁ ଆନୁଷଙ୍ଗିକ ସୁବିଧା l ଫଳରେ କର୍ମଚାରୀଙ୍କ ଠାରୁ ଗ୍ରାହକ, ସମସ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ହେଉଛି ଗଜପତି ଜିଲ୍ଲା ମୋହନା କଣ୍ଟେଇକୋଳି ସ୍ଥିତ ଡାକ କାର୍ଯ୍ୟାଳୟର ଅବସ୍ଥା l ମୋହନା ବଜାର ଠାରୁ ପ୍ରାୟ ଦୁଇ କିମି ଦୂରରେ ଅବସ୍ଥିତ ଏହି କାର୍ଯ୍ୟାଳୟଟି ଏକ ଭଡ଼ା ଘରେ ଚାଲିଛି।

ଦୂରଦୂରାନ୍ତରୁ ଗ୍ରାହକମାନେ ଏଠାକୁ ଆସି ସଠିକ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି l ନେଟ୍ ୱାର୍କ ସମସ୍ୟା ଯୋଗୁଁ ଅଫିସ କାର୍ଯ୍ୟ ହେବାରେ ବିଳମ୍ବ ହେଉଛି l ବ୍ଲକ ପ୍ରଶାସନ ସମେତ ବିଭିଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନି l ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

ଅବ୍ୟବସ୍ଥାରେ ଚାଲିଛି ଡାକ ସେବା
ନାହିଁ ନେଟୱାର୍କ, ନାହିଁ ଆନୁଷଙ୍ଗିକ ସୁବିଧା 
ଅବ୍ୟବସ୍ଥାରେ ମୋହନା କଣ୍ଟେଇକୋଳି ସ୍ଥିତ ଡାକ ଘର
ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।