Odisha CM Announces Flood Relief Package: କ୍ଷତିଗ୍ରସ୍ତଙ୍କୁ ମିଳିବ କେତେ ଟଙ୍କା ? ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ବନ୍ୟା ବିପନ୍ନଙ୍କ ପାଇଁ ହଜାର କୋଟିର ପ୍ୟାକେଜ ଘୋଷଣା। ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହଜାରେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି। ୩୩ ପ୍ରତିଶତରୁ କିମ୍ବା ଊର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮ ହଜାର ୫୦୦, ଜଳସେଚିତ ଜମି ପାଇଁ ୧୭ ହଜାରଟଙ୍କା ମିଳିବ। ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ମିଳିବ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ଆର୍ଥିକ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ପନିପରିବା ମିନି କିଟ୍ ଦିଆଯିବ। ବନ୍ୟା ପରବର୍ତ୍ତୀ ରୋଗ ପୋକ ଜନିତ କ୍ଷତିଗ୍ରସ୍ତ ପାଇଁ ୭୫ ପ୍ରତିଶତ ସବସିଡି ମିଳିବ। କ୍ଷତିଗ୍ରସ୍ତ ଉଠା ଜଳସେଚନ ଯୁଦ୍ଧକାଳୀନ ଭିତ୍ତିରେ ହେବ ମରାମତି। ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଥିଲେ ସହାୟତା ମିଳିବ। ପୋଖରୀ, ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲେ ମିଳିବ ଆର୍ଥିକ ସହାୟତା ଦିଆଯିବ।
ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ କୃଷି ଋଣରେ ପରିବର୍ତ୍ତନ ହେବ। ହସ୍ତଶିଳ୍ପ କ୍ଷତିଗ୍ରସ୍ତ ପାଇଁ ୫ ହଜାର ଆର୍ଥିକ ସହାୟତା ମିଳିବ। ବାସନକୁସନ ଓ ପୋଷାକ ବାବଦକୁ ଅର୍ଥ ଯୋଗାଇ ଦେବେ ସରକାର। ପ୍ରାରମ୍ଭିକ ଆକଳନ ଅନୁଯାୟୀ ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ୟାକେଜ ଅର୍ଥ ବଢ଼ିବ। ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ ଥିବାରୁ ବନ୍ୟାଞ୍ଚଳ ବୁଲି ଦେଖିଲି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।