Odisha DGP Appointment Process Faces Scrutiny: ଓଡ଼ିଶା DGP ନିଯୁକ୍ତି ମାମଲା, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି
ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି। DGP ଚୟନ ପ୍ରକ୍ରିୟାରେ ଏମ୍ପାନେଲମେଣ୍ଟ ଓ ଯୋଗ୍ୟ ତାଲିକାକୁ ନେଇ ଆମିକସ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଶୁଣାଣି ହୋଇପାରେ। ବିଶେଷକରି ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଯୋଗ୍ୟ ତାଲିକାରୁ ବାଦ ଦିଆଯିବା, ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ସମ୍ପର୍କିତ ପ୍ରଶ୍ନ ଏବଂ ଦୁଇଜଣ ଅତିରିକ୍ତ ଡିଜିପିଙ୍କ ପଦୋନ୍ନତି ପରେ ସେମାନଙ୍କୁ DGP ଚୟନ ପ୍ରକ୍ରିୟାରେ ଆଣିବା ପ୍ରସଙ୍ଗ ଆଜି ଶୁଣାଣି ହେବ।
୨୦୦୬ରେ ଆସିଥିବା ପ୍ରକାଶ ସିଂହ ଜଜମେଣ୍ଟ ଅନୁଯାୟୀ DGP ଚୟନ ପ୍ରକ୍ରିୟାରେ ସର୍ବୋଚ୍ଚ ବରିଷ୍ଠ ଅଧିକାରୀଙ୍କୁ ନେଇ UPSC ପ୍ୟାନେଲ୍ ପ୍ରସ୍ତୁତ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା। ତେବେ ଡିଜିପି ନିଯୁକ୍ତି ତାଲି ତାଲିକା ପ୍ରସ୍ତୁତିରେ ନିୟମର ଉଲ୍ଲଂଘନ ହୋଇଥିବା ନେଇ ଆବେଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ନୂତନ ଡିଜିପି ନିଯୁକ୍ତି ହେବେ।
ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। DGP ଚୟନ ପାଇଁ UPSCକୁ ଓଡ଼ିଶା ସରକାର ପଠାଇଥିବା IPS ଅଧିକାରୀଙ୍କ ତାଲିକାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର UPSCକୁ ୩ ଜଣ DG-rank ଅଧିକାରୀଙ୍କ ନାଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ତାଲିକାରେ ଅଧିକ ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ଆପତ୍ତି ଉଠିଛି।..
ଆଜି ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି
ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ବିଚାର କରୁଛନ୍ତି
ଗତ ୧୭ ତାରିଖରେ ହୋଇଥିବା ଆଲୋଚନା ଉପରେ ହେବ ଶୁଣାଣି
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନୂତନ ଡିଜିପି ନିଯୁକ୍ତି ହେବେ
IPS ଅଧିକାରୀଙ୍କ ତାଲିକାକୁ ନେଇ ପ୍ରଶ୍ନ ଉଠିଛି
ନିୟମକୁ ସଠିକ୍ ଭାବେ ଅନୁସରଣ କରାଯାଇନଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।