Odisha DGP Row: ଡିଜିପି ଚୟନ ବିବାଦ; ଆଜି ସୁପ୍ରିମକୋର୍ଟରେ ହେବନି ଶୁଣାଣି
ଓଡ଼ିଶା ଡିଜିପି ଚୟନ ବିବାଦ ନେଇ ସୁପ୍ରିକୋର୍ଟରେ ଶୁଣାଣି ପ୍ରସଙ୍ଗ। ଆଜି ହେବନାହିଁ ସୁପ୍ରିମକୋର୍ଟରେ ଶୁଣାଣି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଲାଗି ମାମଲା ତାଲିକାଭୁକ୍ତ କରାଯାଇନାହିଁ । ଡିଜିପି ଚୟନ ବିବାଦ ନେଇ ସୁପ୍ରିମକୋର୍ଟରେ ହୋଇଛି ଜନସ୍ବାର୍ଥ ମାମଲା। ପୋଲିସ୍ ଡିଜି ଚୟନ ପ୍ରକ୍ରିୟାରେ ୨୦୦୬ ପ୍ରକାଶ ସିଂ ମାମଲାର ରାୟକୁ ଉଲଂଘନ କରାଯାଇଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍।
ଓଡ଼ିଶା ସରକାର DGP ନିଯୁକ୍ତି ସଂପର୍କରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେଥିପାଇଁ ସିଲେକସନ୍ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ୍ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ରାଜ୍ୟର ନୂଆ ପୋଲିସ୍ ମୁଖିଆ ଚୟନ ପ୍ରକ୍ରିୟା ଭିତରେ ୧୯୯୪ ବ୍ୟାଚର ଆଇପିଏସ୍ ଅଫିସର ସଂଜୀବ ପଣ୍ଡା ଓ ଯଶବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ପରେ ବଢିଛି ବିବାଦ।
ଆସନ୍ତାକାଲି ୟୁପିଏସ୍ସି ବୈଠକ ସହ ୩ ଜଣଙ୍କ ନାଁ ବଛାଯିବ। ଯାହା ମଧ୍ୟରୁ ଜଣଙ୍କୁ ପରବର୍ତ୍ତୀ ପୋଲିସ୍ ଡିଜି କରିପାରିବେ ରାଜ୍ୟ ସରକାର। ଡିଜିପି ଚୟନ ନେଇ ରାଜ୍ୟ ସରକାର ସାନି ତାଲିକାରେ ୧୯୯୦ ବ୍ୟାଚ IPS ସୁଧାଂଶୁ ଷଡଙ୍ଗୀ, ୯୩ ବ୍ୟାଚ IPS ଅଫିସର ଆରପି କୋଚେ ଏବଂ ୯୪ ବ୍ୟାଚ୍ IPS ସଂଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ନାଁ ରହିଥିବା ଜଣାପଡିଛି।...
ଓଡ଼ିଶା ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଆବେଦନ ପ୍ରସଙ୍ଗ
ଆଜି ହେବନି ମାମଲାରେ ସୁପ୍ରିମ ଶୁଣାଣି
ବିବାଦ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଛି ଜନସ୍ବାର୍ଥ ମାମଲା
ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଙ୍ଘନ ଅଭିଯୋଗ
ଆସନ୍ତାକାଲି ଡିଜିପି ଚୟନ ନେଇ ବସିବ UPSC ବୈଠକ
ଚୂଡ଼ାନ୍ତ ହୋଇପାରେ ୩ IPSଙ୍କ ନାଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।