Odisha Flood Situation: ଗଞ୍ଜାମରେ ମହାପ୍ରଳୟ! ଜୀବନ ବଞ୍ଚାଇବାକୁ ହେଲିକପ୍ଟରରେ ଉଦ୍ଧାର
୯ ବର୍ଷରେ ହୋଇନଥିଲା ଏମିତି ପ୍ରଳୟ।
ଉତ୍ତରାଖଣ୍ଡ ତାଣ୍ଡବର ଭ୍ରମ ସୃଷ୍ଟି କଲାଣି ଓଡ଼ିଶା।
କେବଳ ଗଞ୍ଜାମରେ କାଳ ବନ୍ୟା ୮୦୦ରୁ ଅଧିକ ଗାଁକୁ ଗିଳି ସାରିଲାଣି।
ଯୁଆଡେ ଦେଖିଲେ ନଦୀର ଭ୍ରମ ସୃଷ୍ଟି କରୁଛି।
ରାସ୍ତାଘାଟ, ଦୋକାନ ବଜାର ଏବଂ ଲୋକଙ୍କ ଘର ଭିତରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଅଣ୍ଟାଏ ଲେଖା ପାଣିରେ ମୁଣ୍ଡରେ ବ୍ୟାଗ ପୁଟୁଳି ଧରି ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଲୋକେ।
କାହା ଘର ବନ୍ୟାରେ ଭାସିଯାଇଥିବା ବେଳେ ଆଉ କିଏ ଛୋଟ ପିଲାଙ୍କୁ ଧରି ଉବୁଟୁବୁ ପାଣିରେ ରାହା ଟିକିଏ ଖୋଜୁଛି।
ତ କେଉଁଠି ବର୍ଷ ବର୍ଷ ଧରି ଝାଳ ନାଳ ଏକ କରି ଗଢ଼ି ଦେଇଥିବା ବ୍ୟବସାୟକୁ ଗିଳି ଦେଇଛି ବନ୍ୟା।
ଆଉ ଲୋକ ରହୁଥିବା ଘରେ ଭରି ଯାଇଛି କାଦୁଅ।
କିଛି କିଛି ସ୍ଥାନରେ ପାଣି ଛାଡ଼ୁଥିବା ବେଳେ ସେଠାରୁ ଅତି ଦୟନୀୟ ସ୍ଥିତି ସାମ୍ନାକୁ ଆସୁଛି।
Advertisment ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ପ୍ରଳୟଙ୍କରୀ ବର୍ଷା ଯୋଗୁଁ ସାରା ଗଞ୍ଜାମ ଜିଲ୍ଲାରେ ଏବେ ସୃଷ୍ଟି ହୋଇଛି ଭୟଙ୍କର ଜଳପ୍ରଳୟ।
ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପ୍ରମୁଖ ନଦୀ ଋଷିକୁଲ୍ୟା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ସାରା ଅଞ୍ଚଳକୁ ବୁଡ଼ାଇ ଦେଇଛି।
ଏହି ପ୍ରଳୟରେ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଆସିକା ଏବଂ ବ୍ରହ୍ମପୁର ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ବନ୍ୟାର ପ୍ରଖର ସ୍ରୋତ ଯୋଗୁଁ ବ୍ରହ୍ମପୁରରୁ ମୋହନା ସଂଯୋଗ କରୁଥିବା ଜାତୀୟ ରାଜପଥ-୩୨୬ ସମ୍ପୂର୍ଣ୍ଣ ଭାସିଯାଇଛି, ଯାହା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଜିଲ୍ଲାର ପ୍ରାୟ ୩୦୦ ରୁ ଅଧିକ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ କଟି ଯାଇଥିବାରୁ ଏବେ ଭାରତୀୟ କୋଷ୍ଟ ଗାର୍ଡ ଏବଂ ନୌସେନାର ହେଲିକପ୍ଟର ଜରିଆରେ ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି।
ଜିଲ୍ଲାରେ NDRF, ODRAF ଏବଂ ଅଗ୍ନିଶମ ବାହିନୀର ୧୦୦ ରୁ ଅଧିକ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।