Odisha Flood Situation: ମୃତ୍ୟୁର ତାଣ୍ଡବ ରଚିଲା ବନ୍ୟା! ଘରେ ପଶିଲା ପାଣି, ଭାସିଗଲା ଚାଷଜମି

Oct 30, 2026 - 08:35
Odisha Flood Situation: ମୃତ୍ୟୁର ତାଣ୍ଡବ ରଚିଲା ବନ୍ୟା! ଘରେ ପଶିଲା ପାଣି, ଭାସିଗଲା ଚାଷଜମି

ମୃତ୍ୟୁର ପଞ୍ଛା କାଢ଼ି ମାଡ଼ି ଆସୁଛି ପାଣି ।

ଘର ଭିତରେ ପାଣି ଘର ବାହାରେ ବି ପାଣି ।

ଆଉ ନଦୀ ଯେମିତି କରାଳ ରୂପ ଧରି ମାଡ଼ି ଆସୁଛି ।

ଦିନେ ଯେଉଁ ଘରେ ମଣିଷ ଟିକେ ଆଶ୍ରୟ ନେଇଥିଲା, ଆଜି ସେ ଘରକୁ ବୁଡାଇଦେଇଛି ବନ୍ୟାଜଳ ।

ଚାଷଜମିରେ ଚାଷୀ ସୁନାର ଫସଲ ଫଳାଇବାକୁ ଦିନରାତି ପରିଶ୍ରମ କରିଥିଲା, ଆଜି ସେହି ଜମି ବୁଡ଼ିରହିଛି ପାଣିରେ।

ଘୂର୍ଣ୍ଣିଝଡ଼ 'ଅର୍ଣ୍ଣବ'ର ପ୍ରଭାବରେ ତିନି ଦିନର ଲଗାଣ ବର୍ଷା ଗଜପତି ଓ ଗଞ୍ଜାମ ଜିଲ୍ଲାରେ ରଚିଛି ବନ୍ୟାର ବିଭୀଷିକା ।

ପ୍ରକୃତିର ଏହି କରାଳ ରୂପ ଆଗରେ ଅସହାୟ ହୋଇପଡ଼ିଛନ୍ତି ଅନେକ ପରିବାର ।

ଗଜପତି ଜିଲ୍ଲାର ରଣ୍ଡିବା ଗାଁ ନିକଟରେ ପାହାଡ଼ ଉପରୁ ହଠାତ୍ ମାଡ଼ିଆସିଛି ପ୍ରଖର ବନ୍ୟାଜଳ ।

ଶିବମନ୍ଦିର ଚାରିପଟେ ଜଳର ଭୟଙ୍କର ସ୍ରୋତ ଦେଖି ଲୋକଙ୍କ ଛାତି ଥରିଉଠିଛି ।

ହରଭଙ୍ଗି ନଦୀର ଜଳସ୍ତର ବଢ଼ିବା ସହ ଜାତୀୟ ରାଜପଥ ୩୨୬ ପ୍ରତି ମଧ୍ୟ ବିପଦ ଦେଖାଦେଇ ଛି।

ପାହାଡ଼ି ବନ୍ୟାର ଏହି ଭୟଙ୍କର ଦୃଶ୍ୟ ଲୋକଙ୍କ ମନରେ ଆତଙ୍କ ଖେଳାଇଛି ।

ସେପଟେ ଗଞ୍ଜାମରେ ବନ୍ୟା ଛଡ଼ାଇ ନେଇଛି ଲୋକଙ୍କ ଶାନ୍ତି ।

ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଘର ଭିତରେ ପାଣି ପଶିବାରୁ ଲୋକେ ଅଶନିଃଶ୍ବାସୀ ହୋଇଛନ୍ତି ।

କେଉଁଠି ସୋଫା ଭାସୁଛି ତ ଆଉ କେଉଁଠି ଖଟ ବୁଡ଼ିଯାଇଛି ।

ସୋରଡ଼ା, ଆସିକା ଓ ଧରାକୋଟର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି ।

ରାସ୍ତା ଧୋଇଯାଇଛି, ବ୍ରିଜ୍ ଭାଙ୍ଗିଯାଇଛି, ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଏହି ବିପତ୍ତିରେ ସବୁଠୁ ବେଶି ଚିନ୍ତାରେ ପଡ଼ିଛନ୍ତି ଗରିବ ପରିବାର ଓ ଚାଷୀ ।

ଘର ଭିତରେ ପାଣି, ବାହାରକୁ ଯିବାକୁ ରାସ୍ତା ନାହିଁ, ଆଉ ଆଗକୁ କେମିତି ଚଳିବେ ସେହି ଚିନ୍ତାରେ ଦିନ କାଟୁଛନ୍ତି ଲୋକେ ।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଭାବିତ ଲୋକଙ୍କ ଦୁଃଖ କହଲେ ନସରେ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।