Odisha Flood Situation: ଅବିଶ୍ରାନ୍ତ ବର୍ଷାରେ ଅଣନିଃଶ୍ୱାସୀ ଓଡ଼ିଶା: ରାଉରକେଲା ବେହାଲ, ପୁଣି ବୁଡ଼ିଲା ବାଲେଶ୍ୱର

Aug 14, 2026 - 12:32
Odisha Flood Situation: ଅବିଶ୍ରାନ୍ତ ବର୍ଷାରେ ଅଣନିଃଶ୍ୱାସୀ ଓଡ଼ିଶା: ରାଉରକେଲା ବେହାଲ, ପୁଣି ବୁଡ଼ିଲା ବାଲେଶ୍ୱର

ଅବିଶ୍ରାନ୍ତ ବର୍ଷାରେ ଅଣନିଃଶ୍ବାସୀ ଉତ୍ତରରୁ ଦକ୍ଷିଣ ଓଡ଼ିଶା। ରାଉରକେଲାରେ କଲବଲ, ପୁଣି ବୁଡ଼ିଲା ବାଲେଶ୍ବର। ପ୍ରବଳ ବର୍ଷା ଯୋଗୁ ଏହି ଦୁଇ ସହରର ସ୍ଥିତି ଏବେ ସଂଗୀନ। ମଣିଷ ଘରେ ରହିବାକୁ କଷ୍ଟ ମଣିଲେଣି। ଲାଗଣ ବର୍ଷା ଯୋଗୁ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ମଣିଷ ଓ ଗୃହପାଳିତ ପଶୁ। 

ଦୁଇରୁ ତିନି ଫୁଟର ପାଣି ରାସ୍ତା ଉପରେ ଚାଲିଛି। ଦୋକାନ ଓ ଘର ଭିତରେ ବି ପଶିଛି ବାର୍ଷା ପାଣି। ଫଳରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ଏହି ଶ୍ରାବଣର ବର୍ଷା ଧାରା। ଲୋକେ ମୁଣ୍ଡ ଗୁଞ୍ଚିବାକୁ ଜାଗାଟିଏ ବି ପାଇବା କଷ୍ଟ ହେଲାଣି ।

ରାଉରକେଲାର ସ୍ଥିତି ମଧ୍ୟ ସଂଗୀନ। ସହରରେ ଏବେ ବି ଜାରି ରହିଛି ପ୍ରବଳ ବର୍ଷା। ଭୋର୍ ୩ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ଯାଏଁ ଛାଡ଼ିବାର ନାଁ ଧରୁନି। ତେଣୁ ଏମିତି ଅବସ୍ଥା ଲାଗି ରହିଛି। ମୁଖ୍ୟ ରାସ୍ତା ହେଉ କି ଗଳିକନ୍ଦି ସବୁଠି ପାଣି ଜମିଛି। ସହରର ତଳିଆ ଅଞ୍ଚଳରେ ପାଣି ପଶିବା ଆରମ୍ଭ କଲାଣି।

ଯଦି ଏମିତି ବର୍ଷା ଆଉ କିଛି ସମୟ ଲାଗି ରୁହେ ତେବେ ସହରର ସ୍ଥିତି ସାଂଘାତିକ ହେବ। କାରଣ ଏଇ ଦୁଇ ଦିନ ତଳେ ହୋଇଥିବା ବର୍ଷାରେ ପୁରା ସହର ବେହଲ ହୋଇଥିଲା। ସେହି ସମୟର କଷ୍ଟ ଲୋକଙ୍କ ନସରୁଣୁ ପୁଣି ଆଉ ଥରେ ଘର ଭିତରେ ପାଣି ପସିବା ଆଶଙ୍କା ସୃଷ୍ଟି ହେଲାଣି। 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।