Odisha Focuses on Zero Casualty: ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା ପାଇଁ ପ୍ରସ୍ତୁତ ଓଡ଼ିଶା, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

Oct 26, 2026 - 09:09
Odisha Focuses on Zero Casualty: ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା ପାଇଁ ପ୍ରସ୍ତୁତ ଓଡ଼ିଶା, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା ପାଇଁ ପ୍ରସ୍ତୁତ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଉଛି।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ବାତ୍ୟା ଗଭୀର ଅବପାତରେ ରୂପାନ୍ତରିତ ହୋଇ ଆନ୍ଧ୍ରପ୍ରଦେଶ ମୁହାଁ ହେବା ସହ ପରବର୍ତ୍ତୀ ସମୟରେ ଓଡ଼ିଶା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।

Advertisment ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସରକାର ଅବଗତ ଅଛନ୍ତି।

ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।

ବାତ୍ୟା ପରିଚାଳନା ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତିର ତଦାରଖ ପାଇଁ ୫ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ସେହିପରି ବାତ୍ୟା ପ୍ରସ୍ତୁତିର ତଦାରଖ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା ପାଇଁ ବରିଷ୍ଠ ମନ୍ତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

କୋରାପୁଟ ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ରହିଥିବା ବେଳେ ରାୟଗଡ଼ା ଦାୟିତ୍ବରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment ସେହିଭଳି ମନ୍ତ୍ରୀ ରବି ନାଏକଙ୍କୁ କନ୍ଧମାଳ, ବିଭୂତି ଜେନାଙ୍କୁ ଗଞ୍ଜାମ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନବରଙ୍ଗପୁର ଓ ନିତ୍ୟାନନ୍ଦ ଗଣ୍ଡଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଛି।

ସେପଟେ ମୁକେଶ ମହାଲିଙ୍ଗ କଳାହାଣ୍ଡି ଓ ଗଜପତି ଜିଲ୍ଲା ଦାୟିତ୍ବରେ ରହିବେ ସୂର୍ଯ୍ୟବଂଶୀ ସୂରଜ।

ବାତ୍ୟା ମୁକାବିଲା ପାଇଁ ସବୁ ଜିଲ୍ଲାରେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ପହଞ୍ଚିଛି।

ବାତ୍ୟା ସମୟରେ ଆଇନଶୃଙ୍ଖଳା ରକ୍ଷା, ଲୋକଙ୍କ ସୁରକ୍ଷା ଓ ରିଲିଫ୍ କାର୍ଯ୍ୟରେ ପୋଲିସ ପ୍ରଶାସନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ବାତ୍ୟା ସମ୍ପର୍କିତ ସ୍ଥିତି ଓ ପ୍ରସ୍ତୁତି ବିଷୟରେ ଗଣମାଧ୍ୟମକୁ ନିୟମିତ ସୂଚନା ଦେବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତି ୨୪ ଘଣ୍ଟାରେ ଅପଡେଟ୍ ଦେବା ସହ ସ୍ଥିତି ଅନୁଯାୟୀ ଜରୁରୀ ସୂଚନା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।