Odisha Government Announces Pension Benefits: ଭତ୍ତା ପାଇଁ ଅପେକ୍ଷା ଶେଷ, ଚଳିତ ମାସରୁ ଯୋଗ୍ୟଙ୍କୁ ମିଳିବ ପେନସନ୍
କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳର ଅସହାୟ ବୃଦ୍ଧା ରେବତୀ ଜେନା।
୩୦ ବର୍ଷ ତଳେ ସ୍ବାମୀ କର୍କଟ ରୋଗରେ ପଡି ପ୍ରାଣ ହରାଇବାପରେ ମୂଲ ମଜୁରୀ କରି ଚଳୁଥିଲେ।
ହେଲେ ରୋଗ ତାଙ୍କୁ ଶଯ୍ୟାସାୟୀ କରିଦେଇଛି।
ଭତ୍ତା ନପାଇ ଜରିପାଲ ତଳେ ଛଟ୍ ପଟ୍ ହେଉଛନ୍ତି ରେବତୀ।
ସମାନ ଚିତ୍ର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାରେ।
ପରିଣତ ବୟସରେ ଖୁସି ବାଣ୍ଟିବା ପରିବର୍ତ୍ତେ ୪ ମାସ ହେଲା ଭତ୍ତାନପାଇ ଏମାନେ ନିରାଶ।
ପୂର୍ବରୁ ପଂଚାୟତ ଅଫିସରେ ହାତାହାତି ଭତ୍ତା ପାଉଥିଲେ।
ହେଲେ ଡିଜିଟାଲ ସିଷ୍ଟମ ଆଗରେ ଭାଙ୍ଗି ପଡିଛନ୍ତି ଏମାନେ।
ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ।
Advertisment ହେଲେ ଏଣିକି ଆଉ ଭତ୍ତା ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିବାକୁ ପଡିବନି।
ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ଭତ୍ତା ପାଇଁ ଯୋଗ୍ୟ ୫ ଲକ୍ଷ ୫ ହଜାର ୮୧୭ ହିତାଧିକାରୀଙ୍କୁ ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଆସନ୍ତା ୧୦ ତାରିଖରେ ବାଲେଶ୍ବରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ସେହିପରି ଭତ୍ତା ପାଇଁ ଯୋଗ୍ୟ ନୂଆ ଆବେଦନକାରୀ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଆପ୍ଳାଏ କରିପାରିବେ କିମ୍ବା ଅନଲାଇନ୍ ପୋର୍ଟାଲ୍ ଯୋଗେ (https://upmp.odisha.gov.in) ଆବେଦନ କରିପାରିବେ।
୮୦ ବର୍ଷ ପୂରିବା ମାତ୍ରେ ତାପର ମାସଠୁ ଆପେ ଆପେ ବର୍ଦ୍ଧିତ ଭତ୍ତା ଆକାଉଣ୍ଟକୁ ଆସିଯିବ।
ସେଥିିପାଇଁ ତାଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ ନାହିଁ।
ବିଭାଗୀୟ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ NSAP ପୋର୍ଟାଲରେ ପରିବର୍ତ୍ତନ ଯୋଗୁଁ କିଛି ହିତାଧିକାରୀଙ୍କ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲା।
ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯାଇ ବକେୟା ଭତ୍ତା ମଧ୍ୟ ପ୍ରଦାନ କରାଯିବ।
ଅନ୍ୟପଟେ ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ ବିଜ୍ଞାପନକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ପଞ୍ଚାୟତ ନିର୍ବାଚନ ଆଗକୁ ଥିବାରୁ ଏହା ବିଜେପିର ନୂଆ ଫଣ୍ଡା ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।