Five Murders In Four Days Shake Bhubaneswar: ଚାରି ଦିନରେ ପାଞ୍ଚ ହତ୍ୟା, ଗୁଳି ଓ ବୋମାମାଡ଼ରେ ଥରିଲା ରାଜଧାନୀ

Nov 07, 2026 - 20:16
Five Murders In Four Days Shake Bhubaneswar: ଚାରି ଦିନରେ ପାଞ୍ଚ ହତ୍ୟା, ଗୁଳି ଓ ବୋମାମାଡ଼ରେ ଥରିଲା ରାଜଧାନୀ

ରାଜଧାନୀରେ ପୁଣି ଗର୍ଜିଲା ଗନ୍, ଫୁଟିଲା ଗୁଳି।

ରାଜରାସ୍ତାରେ ଗଡ଼ିଛି ଆଉ ଜଣେ ଯୁବକଙ୍କ ମୁଣ୍ଡ।

ରାତି ଅଧରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଛି ଗ୍ୟାଙ୍ଗଓ୍ୱାର୍।

ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ବୋମାମାଡ଼ ପରେ ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଗୁଳି କଲେ ଦୁର୍ବୃତ୍ତ।

ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀ ପଡ଼ିଆ ବସ୍ତିର ସୋନୁ ନାୟକ।

ରାତି ପାଖାପାଖି ୩ଟା ବେଳେ ସାଙ୍ଗମାନଙ୍କ ସହ ଯାଉଥିଲେ ରସୁଲଗଡ଼।

ବମିଖାଲ ଛକ ପୂର୍ବରୁ ଛକିଥିବା ବିରୋଧୀ, ପ୍ରଥମେ ବୋମାମାଡ କଲେ, ପରେ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟାକଲେ।

ଘଟଣା ସ୍ଥଳକୁ ପୋଲିସ କମିଶନର୍ ଓ ଡିସିପି ଯିବା ସହ ସାଇଣ୍ଟଫିକ ଟିମ ସହାୟତାରେ କରିଥିଲେ ସରଜମିନ ତଦନ୍ତ।

ହତ୍ୟାକାଣ୍ଡ ସ୍ଥଳରୁ ବୋମା ନିଷ୍କ୍ରିୟ ଦଳ ଏକ ଜୀବନ୍ତ ବୋମା ମଧ୍ୟ ଜବତ କରିଛି।

ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି।

ତଦନ୍ତରୁ ଜଣା ପଡିଛି ସୋନୁ ସହ ଅନ୍ୟ ଏକ ଗୋଷ୍ଠୀର ପୂର୍ବରୁ ବିବାଦ ରହିଥିବା ବେଳେ ଗତକାଲି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।

ଏପରିକି ହତ୍ୟାକାଣ୍ଡ ପୂର୍ବରୁ ସୋନୁକୁ ଆସି ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

ଆଉ ଏ ହେଉଛି ସେହି ସମୟର ଭିଡିଓ।

ଯେଉଁଠି ଜଣେ ଯୁବକ ହାତରେ ବନ୍ଧୁକ ଧରି ଆସିବା ସହ ଧମକ ଦେଉଛି।

Advertisment ସେପଟେ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରେ ଘଟିଛି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ।

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶାଳକକୁ ହତ୍ୟା କରିଛି ଭିଣୋଇ।

ସୂଚନା ଅନୁସାରେ ନେପାଳରୁ ଆସି ତାରିଣୀ ବସ୍ତିରେ ରହୁଥିବା ସୁରେଶ ସିଂ ନାମକ ଜଣେ ବ୍ୟକ୍ତି ଗଞ୍ଜାମର ପଠାଣୀ ସାହୁଙ୍କ ଭଉଣୀଙ୍କୁ ବିବାହ କରିଥିଲେ ।

ତେବେ ଗତ କିଛି ଦିନ ହେଲା ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ ସୁରେଶ।

ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ଜୋରଦାର୍ ଝଗଡା ହେବାପରେ ସୁରେଶଙ୍କ ସ୍ତ୍ରୀ ଘରଛାଡ଼ି ଚାଲିଯାଇଥିଲେ।

ତେବେ ସ୍ତ୍ରୀର ପରକୀୟା ପ୍ରୀତିକୁ ଭାଇ ସହଯୋଗ କରୁଥିବା ସନ୍ଦେହ କରି ଗତକାଲି ରାତିରେ ପଥରରେ ଛେଚି ଶାଳକ ପଠାଣୀକୁ ହତ୍ୟା କରିଥିଲା ଭିଣୋଇ ସୁରେଶ।

ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁରେଶକୁ ଗିରଫ କରିଛି।

ରାଜଧାନୀରେ ୪ ଦିନରେ ଘଟିଯାଇଛି ୫-୫ଟି ହତ୍ୟାକାଣ୍ଡ।

ଲକ୍ଷ୍ମୀସାଗର ଥାନା ବୁଦ୍ଧ ନଗରରେ ୭୬ ବର୍ଷିୟା ବୃଦ୍ଧାକୁ କେୟାର ଟେକରର ହତ୍ୟା, ଶିଶୁପାଳଗଡ଼ରେ ତପନ ନାୟକ ନାମକ ଠିକାଦାରଙ୍କୁ ଗୁଳି କରି ମର୍ଡର, ଗାଡ଼କଣ କେଳୁଚରଣ ପାର୍କରୁ ମିଳିଥିବା କଟା ଗୋଡ଼।

ଦୁଇଦିନ ଅନ୍ତରରେ ଦୁଇ ଦୁଇଟି ଗୁଳିକାଣ୍ଡ ସହ ବୋମାମାଡ଼।

ଏହାପରେ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ଓ ପୋଲିସର କାର୍ଯ୍ୟାଧାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।