Odisha on High Alert: ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ, ୧୪୦ କିମି ବେଗରେ ବହିପାରେ ପବନ

Oct 25, 2026 - 20:42
Odisha on High Alert: ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ, ୧୪୦ କିମି ବେଗରେ ବହିପାରେ ପବନ

ପାଖାପାଖି ୧୪୦ କିଲୋମିଟର ବେଗରେ ବହିବ ପବନ।

ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା।

ଗଭୀର ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ' ।୨୮ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା।

Advertisment ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଗଭୀର ଅବପାତର ରୂପ ନେଇସାରିଛି ଅବପାତ, ଯାହାକି ଆନ୍ଧ୍ର ପ୍ରଦେଶର ମଛଲିପଟନମରୁ ପୂର୍ବ ଦିଗରେ ପ୍ରାୟ ହଜାରେ କିଲୋମିଟର ଦୂରରେ ରହିଛି।

ଧିରେ ଧିରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତ କରିବ।

ଆଇଏମଡିର ଆକଳନ ଅନୁଯାୟୀ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଏକ ସାଇକ୍ଲୋନିକ୍ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟା ହେବ।

୨୭ ତାରିଖରେ ଏକ ସିଭିୟର୍ ସାଇକ୍ଳୋନିକ୍ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି।

୨୮ ତାରିଖ ଅର୍ଥାତ ବୁଧବାର ସକାଳ ବେଳକୁ ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟତର ହେବ।

ସେହିଦିନ ପୂର୍ବାହ୍ନରେ ବାପାଟଲା ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ର ଉପକୂଳକୁ ଭେରି ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ଆକାରରେ ଅତିକ୍ରମ କରିବ ବୋଲି ଆକଳନ କରିଛି ଆଇଏମଡି।

ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୧୪୦ କିଲୋମିଟର ରହିବ ବୋଲି ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି।

Advertisment ଯଦିଓ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ସିଧାସଳଖ ମାଡ଼ ହେବ ନାହିଁ କିନ୍ତୁ ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖରୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ।

୨୮ ତାରିଖ ରାତି ବେଳକୁ ସିଷ୍ଟମଟି ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାର ନିକଟତର ହେବ।

ସେହି ସମୟରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।

ଏହା ଦ୍ବାରା ଫସଲ କ୍ଷତିଗ୍ରସ୍ତ ହେବା ସହିତ ଛୋଟ ଛୋଟ ଗଛ ଉପୁଡ଼ିବାର ଆଶଙ୍କା ରହିଛି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୭ ତାରିଖ ମଙ୍ଗଳବାରଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ।

ସେଦିନ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ପାଇଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ।

ତା ପରଦିନ ଅର୍ଥାତ ୨୮ ତାରିଖରେ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି।

ସେହିଦିନ ସାରା ରାଜ୍ୟକୁ ବର୍ଷା ଆଲର୍ଟ ଥିବା ବେଳେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ।

କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଂଚଳଗୁଡ଼ିକରେ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି।

...

ଗଭୀର ଅବପାତ ପ୍ରଭାବରେ ଏବେଠାରୁ ଅଶାନ୍ତ ହେଲାଣି ସମୁଦ୍ର।

୨୮ ତାରିଖରେ ସମୁଦ୍ର ମଧ୍ୟରେ ୧୪ ମିଟର ଉଚ୍ଚତା ପର୍ଯ୍ୟନ୍ତ ଢେଉ ସୃଷ୍ଟି ହେବାର ସମ୍ଭାବନା ରହିଛି।

...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।