Odisha Parties Unite to Protect Kotia: କୋଟିଆ ପ୍ରସଙ୍ଗରେ ଏକାଠି ହେଲେ ସବୁ ଦଳ, ଆନ୍ଧ୍ରକୁ ଚେକ୍ ଦେବାକୁ ରଣନୀତି
ନିଜ ଦଖଲକୁ ନେବା ପାଇଁ ଆନ୍ଧ୍ର ଆଖେଇଥିବା ଓଡ଼ିଶାର କୋଟିଆ ପ୍ରସଙ୍ଗକୁ ନେଇ ବସିଲା ସର୍ବଦଳୀୟ ବୈଠକ।
ଏକାଠି ହେଲେ ଓଡ଼ିଶାର ସବୁଦଳର ନେତା ଏବଂ ଅଧିକାରୀ।
ବୈଠକରେ ଆଇନଶୃଙ୍ଖଳା ସହ ସୁରକ୍ଷା ଓ ଆନ୍ଧ୍ରର ନିର୍ବାଚନୀ ଉପରେ ଆଲୋଚନା ହୋଇଛି।
କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କୋଟିଆରେ ଶାନ୍ତି ସହ ସଦଭାବନା ବଜାୟ ରଖିବା, ଲୋକଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ପ୍ରଶାସନିକ ସ୍ତରରେ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା।
ତାସହ ଲୋକଙ୍କ ବିଶ୍ୱାସ ଓ ଭବିଷ୍ୟତର ବିକାଶ ପାଇଁ ଆଲୋଚନା କରାଯାଇଥିଲା।
Advertisment ସମସ୍ତେ ଏକଜୁଟ ହୋଇ ଆନ୍ଧ୍ରକୁ ଚେକ୍ ଦିଆଯିବ ବୋଲି ମିଳିତ ନିଷ୍ପତ୍ତି ନେଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ।
ସେପଟେ ଜିଲ୍ଲାପାଳ କହିଛନ୍ତି, ଏକ ଗ୍ରାମ ବିକାଶ କମିଟି ଗଠନ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯିବ।
ତାସହ ଅମାନିଆ ହୋଇ ନିର୍ବାଚନୀ ପ୍ରକ୍ରିୟା ଜାରି ରଖିଲେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ଏବଂ ଧାରା 163 ଲାଗୁ କରାଯିବ ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।