Odisha Politics Heats Up: ବିଜେଡି ନେତାଙ୍କ ବିଚାର ବିଭ୍ରାଟ, ନବୀନଙ୍କୁ କଡ଼ା ସମାଲୋଚନା କଲେ ମନମୋହନ

Oct 21, 2026 - 15:41
Odisha Politics Heats Up: ବିଜେଡି ନେତାଙ୍କ ବିଚାର ବିଭ୍ରାଟ, ନବୀନଙ୍କୁ କଡ଼ା ସମାଲୋଚନା କଲେ ମନମୋହନ

CJPକୁ ସମର୍ଥନ ପରେ ନବୀନଙ୍କୁ ମନମୋହନଙ୍କ ଟାର୍ଗେଟ୍। କଡ଼ା ଭାଷାରେ ନବୀନଙ୍କୁ ସମାଲୋଚନା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହେଇଛି ।  ବିଜେଡି ନେତା ଆଜି ଗୋଟେ କଥା, କାଲି ଗୋଟେ କଥା କହୁଛନ୍ତି. ସ୍ପଷ୍ଟ କରନ୍ତୁ ସେ କାହା ସାଥିରେ ରହିବେ ବୋଲି କହିଛନ୍ତି ସାଂସଦ ମନମୋହନ ସାମଲ।...

ଜେଲରେ ଥିବା CJPର ଦୁଇ ନେତାଙ୍କ ସପକ୍ଷରେ ବାହାରିଥିଲା ବିଜେଡି। ଦୁଇ ସିଜେପି ନେତାଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ ବିଜେଡି ସଭାପତି ନୀବନ ପଟ୍ଟନାୟକ। ନବୀନ ତାଙ୍କ  ‘ଏକ୍ସ’ରେ ସିଜେପି ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ହାଜତ ମିଆଦ ବୃଦ୍ଧିକୁ ନାପସନ୍ଦ କରିଛନ୍ତି। ସେ ଦାବି ମଧ୍ୟ କରିଛନ୍ତି ଯେ, ତୁରନ୍ତ ଏହାର ରିଭ୍ୟୁ କରାଯାଇ ସେମାନଙ୍କୁ ମୁକ୍ତ କରାଯିବା ଦରକାର। ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉଡ଼ାଇବା ପାଇଁ ଏପରି ଅଟକ ଠିକ୍  ନୁହେଁ ବୋଲି କହିଛନ୍ତି ନବୀନ। ନବୀନଙ୍କ ମନ୍ତବ୍ୟ ପରେ କଡା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ।...

CJPକୁ ସମର୍ଥନ; ନବୀନଙ୍କୁ ମନମୋହନଙ୍କ ଟାର୍ଗେଟ୍
ସିଜେପିକୁ ବିରୋଧୀ ଦଳ ନେତା ନବୀନଙ୍କ ସମର୍ଥନ ପ୍ରସଙ୍ଗ
କଡ଼ା ଭାଷାରେ ନବୀନଙ୍କୁ ସମାଲୋଚନା କଲେ ମନମୋହନ ସାମଲ
'ଦିଗ ହରା ହୋଇ ଦିଶା ହୀନ ଭାବେ ବୁଲୁଛନ୍ତି ବିରୋଧୀ ଦଳ ନେତା'
'କେତେବେଳେ କେଉଁ ପ୍ରସଙ୍ଗ ଉଠାଇବେ ଜାଣି ପାରୁନାହାନ୍ତି'
'ଦେଶ ବିରୋଧୀ କାର୍ଯ୍ୟରେ ଯିଏ ଅଛନ୍ତି, ସେ ବିଷୟରେ ମୁହଁ ଖୋଲିବା ଉଚିତ ନୁହେଁ'
'ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନକୁ ହଜମ କରିବେନି ରାଜ୍ୟବାସୀ'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।