Odisha Pushes 7 Universities to Renew NAAC Accreditation: ୭ ବିଶ୍ୱବିଦ୍ୟାଳୟର NAAC ନବୀକରଣ ପାଇଁ ତତ୍ପରତା, ୨ ମାସରେ ଶେଷ ହେବ ନିଯୁକ୍ତି ପ୍ରକ୍ରିୟା

Nov 06, 2026 - 09:52
Odisha Pushes 7 Universities to Renew NAAC Accreditation: ୭ ବିଶ୍ୱବିଦ୍ୟାଳୟର NAAC ନବୀକରଣ ପାଇଁ ତତ୍ପରତା, ୨ ମାସରେ ଶେଷ ହେବ ନିଯୁକ୍ତି ପ୍ରକ୍ରିୟା

ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ତତ୍ପରତା।

ଶୀଘ୍ର ପ୍ରକ୍ରିୟା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଛି।

ଏହି ତାଲିକାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମଏସ୍ ଲ' ବିଶ୍ୱବିଦ୍ୟାଳୟ ଓ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରହିଛି।

Advertisment NAAC ମାନ୍ୟତା ନବୀକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ।

ଏଥିସହ UGC ସହ ଉଚ୍ଚଶିକ୍ଷା ବିଭାଗ ଯୋଗାଯୋଗରେ ରହିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି।

ସେହିପରି ୧୪ଶହରୁ ଅଧିକ ପ୍ରାଧ୍ୟାପକ, ସହପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ସାକ୍ଷାତକାର ପ୍ରକ୍ରିୟା ଜାରି ରହିଛି।

ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ।

ଏହାସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନକୁ ଉନ୍ନତ କରିବା ପାଇଁ NIRF ସମେତ ଅନ୍ୟାନ୍ୟ ରାଙ୍କିଂ ହାସଲ ଦିଗରେ କାର୍ଯ୍ୟ ଜାରି ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।