Odisha Rain To Intensify From September 22: ୨୨ରୁ ବଢିବ ବର୍ଷା, ୨୫ ଯାଏଁ ପ୍ରବଳ ବର୍ଷାର ଚେତାବନୀ
ହେବ କି ବାତ୍ୟା। ବଢୁଛି ଛନକା। ଆଣ୍ଡାମାନ ସାଗରରେ ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ। ଏନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।
ଧୀରେ ଧୀରେ ଘନୀଭୂତ ହୋଇ ୨୧ରେ ହେବ ଅବପାତ। ୨୨ ତାରିଖରେ ଗଭୀର ଅବପାତରେ ପରିଣତ ହେବ। ତେବେ ଏହା ବାତ୍ୟାରେ ପରିଣତ ହେବ ନା ନାହିଁ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ହେବ।
ଆଜି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ। ୨୨ ତାରିଖରୁ ବଢ଼ିବ ବର୍ଷା ପରିମାଣ। ୨୫ ତାରିଖ ଯାଏଁ କିଛି ସ୍ଥାନରେ ପ୍ରବଳ ଓ ଆଉ କିଛି ସ୍ଥାନରେ ଭୀଷଣ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ...
ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ
ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା
ଅବପାତରେ ପରିଣତ ହେବ ଲଘୁଚାପ
ଅବପାତ ନେବ କି ବାତ୍ୟାର ରୂପ ?
ବାତ୍ୟା ହେଲେ ତାର ନାଁ ରହିବ 'ଅର୍ଣ୍ଣବ'
ଆସନ୍ତା ୨୪ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।