Odisha School Holiday: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି କେବେ ବନ୍ଦ ରହିବ
ବାତ୍ୟା ଅର୍ଣ୍ଣବ ପାଇଁ ବଢ଼ିଲା ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି।
ପୁରୀ ପରେ ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।
ପୁରୀ, ଜଗତସିଂହପୁର ଓ ନୟାଗଡ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ପାଇଁ ଦୁଇ ଦିନ ଧରି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
Advertisment ଏସବୁ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ।
ସେହିପରି ଆଜି ଅପରାହ୍ନ ୧ଟାରୁ ଓ କାଲି ପର୍ଯ୍ୟନ୍ତ ଖୋର୍ଦ୍ଧାରେ ସ୍କୁଲ୍ ଛୁଟି ରହିବ।
ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ।
ହେଲେ ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।