OPSC Reschedules OCS Main Exam: ବାତ୍ୟା ପାଇଁ ଓସିଏସ୍ ପରୀକ୍ଷା ସୂଚୀରେ ପରିବର୍ତ୍ତନ, ନୂଆ ତାରିଖ ଘୋଷଣା
ବାତ୍ୟା 'ଅର୍ଣ୍ଣବ'କୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି।
ଅକ୍ଟୋବର ୨୯ ଓ ୩୦ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଯଥାକ୍ରମେ ଅକ୍ଟୋବର ୩୧ ଓ ନଭେମ୍ବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଓପିଏସସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।
Advertisment ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୨୯ ତାରିଖରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ବିଷୟରେ ଅକ୍ଟୋବର ୩୧ ତାରିଖରେ ପରୀକ୍ଷା ହେବ।
ସେହିପରି ୩୦ ତାରିଖରେ ହେବାକୁ ଥିବା ପ୍ରବନ୍ଧ ବା ରଚନା ପରୀକ୍ଷା ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ।
ତେବେ ନଭେମ୍ବର ୨, ୪ ଓ ୭ ତାରିଖରେ ହେବାକୁ ଥିବା ଅନ୍ୟ ପରୀକ୍ଷାଗୁଡ଼ିକର ସୂଚୀରେ କୌଣସି ପରିବର୍ତ୍ତନ ହୋଇନାହିଁ।
ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଏହି ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ।
ନଭେମ୍ବର ୨ରେ ଜେନେରାଲ ଷ୍ଟଡିଜ୍ ପେପର-୧ ଓ ୨ ପରୀକ୍ଷା ହେବ।
ନଭେମ୍ବର ୪ରେ ଜେନେରାଲ ଷ୍ଟଡିଜ ପେପର-୩ ଓ ୪ ପରୀକ୍ଷା ଏବଂ ନଭେମ୍ବର ୭ରେ ବିଭିନ୍ନ ଅପସନାଲ ପରୀକ୍ଷା ଅନୁଷ୍ଠିତ ହେବ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।