Odisha Streetlight Scam: ଷ୍ଟ୍ରିଟ୍ଲାଇଟ୍ ଦୁର୍ନୀତି ମାମଲା, କୋର୍ଟରେ ଆତ୍ମସମର୍ପଣ କଲେ ୩ ଅଭିଯୁକ୍ତ ଯନ୍ତ୍ରୀ
"କେନ୍ଦୁଝର: ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲାରେ ଫେରାର୍ ଥିବା ୩ ଅଭିଯୁକ୍ତ ଯନ୍ତ୍ରୀ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
Advertisment Streetlight supply: ସହରାଞ୍ଚଳ ଷ୍ଟ୍ରିଟ୍ଲାଇଟ୍ ଯୋଗାଣରେ ବି ବଡ଼ ଦୁର୍ନୀତି: ସରକାରଙ୍କୁ ୩୯କୋଟି ଫାଙ୍କି ଇଇଏସ୍ଏଲ୍ ସଂସ୍ଥା ପାର ମିଳିଥିବା ସୂଚନାନୁସାରେ, ତିନି ଯନ୍ତ୍ରୀ- ମନୋରଞ୍ଜନ ଜେନା, ଚିତ୍ତରଞ୍ଜନ ମିସ୍ତ୍ରୀ, ମୀନକେତନ ସାମଲ ମାମଲାରେ ଅନେକ ଦିନ ଧରି ଫେରାର୍ ଥିଲେ।
ନିକଟରେ ତିନିହେଁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।
ହାଇକୋର୍ଟ ଆବେଦନ ଗ୍ରହଣ କରିବା ସହ ଜାମିନ ପ୍ରଦାନ କରିଛନ୍ତି।
ଏହାସହ ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଜାମିନ ସର୍ତ୍ତ ନିର୍ଦ୍ଧାରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ ପରେ ତିନିହେଁ ଆଜି ନିଜର ଓକିଲଙ୍କ ସହ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
ଏହି ମାମଲାରେ ଠିକାଦାର ବିଭୂତି ଭୂଷଣ ବିଶ୍ବାଳ ଗିରଫ ହୋଇ ଜାମିନ ପାଇଛନ୍ତି।
LED Streetlight Scam: ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଦୁର୍ନୀତି: ଠିକାଦାର ଧରଣୀଧର ୧୫ବର୍ଷ ମଧ୍ୟରେ ଠିଆ କରିଥିଲେ ବିରାଟ ସାମ୍ରାଜ୍ୟ ସୂଚନାଯୋଗ୍ୟ, ୨୦୨୧-୨୨, ୨୦୨୨-୨୩ରେ ତିନି ଜିଲ୍ଲା- ନୟାଗଡ଼, ଯାଜପୁର ଓ କେନ୍ଦୁଝରର ଗ୍ରାମାଞ୍ଚଳ ଓ ସହରାଞ୍ଚଳ କ୍ଲଷ୍ଟରଗୁଡ଼ିକରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ଲଗାଇବାକୁ ସରକାର ଯୋଜନା କରିଥିଲେ।
ଏହି ଯୋଜନାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।
ଏହାପରେ ଭିଜିଲାନ୍ସର ୮୧ ଅଧିକାରୀଙ୍କୁ ନେଇ ୨୪ଟି ତିନିଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।