Odisha Vision 2047 ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥନୈତିକ ଅଞ୍ଚଳ କାର୍ଯ୍ୟାନ୍ବୟନ ସମୀକ୍ଷା

Sep 06, 2026 - 21:25
Odisha Vision 2047 ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥନୈତିକ ଅଞ୍ଚଳ କାର୍ଯ୍ୟାନ୍ବୟନ ସମୀକ୍ଷା

" ଭୁବନେଶ୍ୱର:  ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ( ବିକେପିପିଇଆର) ପ୍ରକଳ୍ପ ସଂପର୍କିତ  ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ-ବିଭାଗୀୟ ସମନ୍ୱୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି ।Advertisment ଏହି ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଊଷା ପାଢ଼ୀ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ  ଏବଂ ସଂପୃକ୍ତ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ  ଉପସ୍ଥିତ ଥିଲେ।

BKPPER ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନକୁ ମିଳିଲା ମଞ୍ଜୁରି ମୁଖ୍ୟ ଶାସନ ସଚିବ ନିଜ ବକ୍ତବ୍ୟରେ, ବିକେପିପିଇଆର୍ ପ୍ରକଳ୍ପର ଗୁରୁତ୍ୱ ଦର୍ଶାଇ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିର ଏହା ଏକ ପ୍ରମୁଖ "ଗ୍ରୋଥ୍ ଇଞ୍ଜିନ୍" ଭାବେ ଭିଜନ୍ ୨୦୩୬ ଓ ୨୦୪୭ର ଲକ୍ଷ୍ୟ ପୂରଣରେ  ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ବୋଲି ପ୍ରକାଶ କରିଥିଲେ ।

ଏକ ସମନ୍ୱିତ ଆଞ୍ଚଳିକ ବିକାଶ ଦୃଷ୍ଟିକୋଣରେ ଅଞ୍ଚଳର ଭିତ୍ତିଭୂମି, ନିବେଶ, ନିଯୁକ୍ତି ଓ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଦୃଢ ଆଶା ବ୍ୟକ୍ତ କରି ସେ ଏହାର କାର୍ଯ୍ୟାନ୍ୱୟନରେ ସମସ୍ତ ବିଭାଗର ସମନ୍ୱିତ ଓ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।

Rameswaram-Paradip coastal: ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ୧୭ ବିଡ୍‌: ଯାତ୍ରା ସମୟ ଅଢ଼େଇ ଘଣ୍ଟା କମିଯିବ ବୈଠକରେ ବିକେପିପିଇଆର  ଅଧୀନରେ ଚିହ୍ନଟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ପି-ଏମ୍ ଗତି ଶକ୍ତି  ପୋର୍ଟାଲରେ ପ୍ରକଳ୍ପ ମ୍ୟାପିଂ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ  ଆଲୋଚନା କରାଯାଇଥିଲା ।

ସୂଚନାଯୋଗ୍ୟ, ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର-ଏହି ୪ଟି ଜିଲ୍ଲା ଏବଂ ଏହା ଅନ୍ତର୍ଭୁକ୍ତ  ୧୯ଟି ସହରାଂଚଳକୁ  ନେଇ ଗଠିତ ଏହି ଅର୍ଥନୈତିକ ଅଞ୍ଚଳକୁ ଏକ ସମାବେଶୀ, ବାସଯୋଗ୍ୟ ଓ ସ୍ଥାୟୀ ଅର୍ଥନୈତିକ ଅଞ୍ଚଳ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି ।

ଏହି ପ୍ରକଳ୍ପ ଯୋଗେ ୪୦ ଲକ୍ଷରୁ ଅଧିକ ଅଣ-କୃଷି ନିଯୁକ୍ତି ଏବଂ ୪୦୦ ବିଲିୟନ୍ ଡଲାରରୁ ଅଧିକ କର୍ପୋରେଟ୍ ନିବେଶର ଲକ୍ଷ୍ୟ ରଖାଯାଇଛି ।

ଏଥିପାଇଁ ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ଅର୍ଥ ଯୋଗାଣ ସହଯୋଗୀ ଭାବେ ପ୍ରସ୍ତାବରେ ରହିଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।