Odisha Weather Update: ୧୩ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ବଦଳିବ ପାଗ

Oct 12, 2026 - 16:20
Odisha Weather Update: ୧୩ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ବଦଳିବ ପାଗ

ଥାଇଲାଣ୍ଡ ଉପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଖୁବଶୀଘ୍ର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ପାଣିପାଗ ଓ ସାମୁଦ୍ରିକ କାରଣ ଅନୁକୁଳ ନଥିବାରୁ ଲଘୁଚାପଟି ଘନୀଭୂତ ହୋଇପାରିବ ନାହଁ । କେବଳ ଲଘୁଚାପ କ୍ଷେତ୍ରରେ ହିଁ ତାହା ସୀମିତ ରହିବ।

ପ୍ରଭାବରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜ୍ୟରେ କୋହଲା ପାଗ ଦେଖାଯିବ। ୧୬,୧୭, ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ। ତେବେ ୨୦ ତାରିଖ ବେଳକୁ ବର୍ଷା କମିବା ସହିତ ଅନେକ ସ୍ଥାନରେ ଶୁଖିଲା ପାଗ ଦେଖାଯିବ। ....

ଥାଇଲ୍ୟାଣ୍ଡ ଉପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ 
ଖୁବଶୀଘ୍ର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ ସମ୍ଭାବନା
ପ୍ରଭାବରେ ୧୩ ଅକ୍ଟୋବର ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ
ତେବେ ପାଗ ଅନୁକୁଳ ନଥିବାରୁ ଲଘୁଚାପ ଘନୀଭୂତ ହେବନାହିଁ 
କେବଳ ଲଘୁଚାପ କ୍ଷେତ୍ରରେ ହିଁ ସୀମିତ ରହିବ
ପ୍ରଭାବରେ ୧୩ ଓ ୧୪ ତାରିଖରେ ରାଜ୍ୟରେ କୋହଲା ପାଗ ସମ୍ଭାବନା 
୧୬,୧୭, ୧୮ ଓ ୧୯ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।