Odisha Weather Update: ୨୪ ଘଣ୍ଟାରେ ପ୍ରବଳ ବର୍ଷା! ସୁନ୍ଦରଗଡ଼ ଓ କେନ୍ଦୁଝରକୁ ବଡ଼ ଚେତାବନୀ
ଓଡ଼ିଶାରେ ଜାରି ରହିବ ବର୍ଷାର ପ୍ରଭାବ। ଆସନ୍ତା ୨୪ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଯାଇଛି। ୧୪ ଅଗଷ୍ଟ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା, କେତେକ ସ୍ଥାନରେ ଅତି ଭୀଷଣ ବର୍ଷାର ସମ୍ଭାବନା ରହିଛି।
ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏହା ସହ ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
ରାଜ୍ୟରେ ଜାରି ରହିବ ବର୍ଷାର ପ୍ରଭାବ
୨୪ ଘଣ୍ଟା ପାଇଁ ଅନେକ ଜିଲ୍ଲାକୁ ବର୍ଷା-ବଜ୍ରପାତ ସତର୍କତା
ସୁନ୍ଦରଗଡ଼, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଉତ୍ତର ଓଡ଼ିଶାରେ ବର୍ଷା ନେଇ IMDର ସତର୍କ ସୂଚନା
ବର୍ଷା ସହ ବଜ୍ରପାତ, ସତର୍କ ରହିବାକୁ ପରାମର୍ଶ
ବଜ୍ରପାତ ବେଳେ ଖୋଲା ସ୍ଥାନକୁ ନଯିବାକୁ ସତର୍କତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।