Air India Introduces Strict Doping Tests: ଏୟାର ଇଣ୍ଡିଆରେ କଡ଼ା ନିୟମ, ସମସ୍ତ ପାଇଲଟଙ୍କ ହେବ ଡୋପ୍ ଟେଷ୍ଟ

Aug 13, 2026 - 18:08
Air India Introduces Strict Doping Tests: ଏୟାର ଇଣ୍ଡିଆରେ କଡ଼ା ନିୟମ, ସମସ୍ତ ପାଇଲଟଙ୍କ ହେବ ଡୋପ୍ ଟେଷ୍ଟ

ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କର ଡୋପ୍ ଟେଷ୍ଟ ନେଇ ବଡ଼ ନିଷ୍ପତ୍ତି। ଆଜିଠାରୁ ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କର ହେବ ଡୋପ୍ ଟେଷ୍ଟ। ଫୁକେଟ-ଦିଲ୍ଲୀ ବିମାନର ପାଇଲଟ ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଏୟାର ଇଣ୍ଡିଆ ପକ୍ଷରୁ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି। ଗୁରୁଗ୍ରାମସ୍ଥିତ ଏୟାର ଇଣ୍ଡିଆ ଏକାଡେମୀରେ ଡୋପ୍ ଟେଷ୍ଟ କରାଯିବ।

ଏହାଛଡ଼ା ଉଡ଼ାଣ ଶେଷ ହେବା ପରେ ସମ୍ପୃକ୍ତ ବିମାନବନ୍ଦରରେ ମଧ୍ୟ ପାଇଲଟଙ୍କର ଡୋପ୍ ଟେଷ୍ଟ କରାଯାଇପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ।

ସବୁ AI ପାଇଲଟଙ୍କ ଡୋପ୍ ଟେଷ୍ଟ ନିଷ୍ପତ୍ତି
ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କର ଆଜିଠାରୁ ଡୋପ୍  ଟେଷ୍ଟ ନିଷ୍ପତ୍ତି
ଫୁକେଟ-ଦିଲ୍ଲୀ ବିମାନ ପାଇଲଟ ଡୋପ ଟେଷ୍ଟରେ ବିଫଳ ହେବାରୁ ନିଷ୍ପତ୍ତି
ଏୟାର ଇଣ୍ଡିଆର ଗୁରୁଗ୍ରାମ ଏକାଡେମୀରେ ହେବ ଡୋପ୍  ଟେଷ୍ଟ
କିମ୍ବା ଉଡ଼ାଣ ଶେଷ ପରେ ସମ୍ପୃକ୍ତ ବିମାନବନ୍ଦରରେ ହେବ ଟେଷ୍ଟ
ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।