Officers Face Possible Salary Deductions: ଆସିଲା ନୂଆ ଗାଇଡଲାଇନ୍, କଟିବ ଅଫିସରଙ୍କ ଦରମା
ଧାର୍ଯ୍ୟ ସମୟ ସୀମା ଭିତରେ ସେବା ନମିଳିଲେ ତଣ୍ଡ ଗଣିବେ ଅଫିସର। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ କଟିବ ଦିନକୁ ୨୫୦ଟଙ୍କା ଜରିମାନା। ସାଧାରଣ ପ୍ରଶାସନ ବିଭାଗ ଆଣିଛି ଏଭଳି ନୂଆ ଗାଇଡ଼ଲାଇନ। ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’।
ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ଆଣିଛି ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର- ଏସଓପି।
ଏହି ଏସଓପି ସେବାରେ ଖିଲାପ ହେଲେ କି ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ । ଆଉ ଦାୟୀ ରହିବେ ସମ୍ପୃକ୍ତ ଅଧିକାରୀ। ନୂଆ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା ରହିଛି। କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ଦିନକୁ ୨୫୦ଟଙ୍କା ହିସାବରେ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ ।
ଏହି ଜରିମାନା ଅର୍ଥକୁ ସମ୍ପୃକ୍ତ ଅଫିସରଙ୍କ ଏଚଆରଏମଏସ୍ ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବାର ପ୍ରାବଧାନ ରହିଛି। ସମସ୍ତ ବିଭାଗକୁ ଏସଓପି ପଠାଇଛି ସାଧାରଣ ପ୍ରଶାସନ ବିଭାଗ।...
ସାବାଡ଼ ହେବେ ଖିଲାପକାରୀ ଅଫିସର
ଏଣିକି ସାବାଡ଼ ହେବେ ସେବାରେ ଖିଲାପକାରୀ ଅଫିସର
ଧାର୍ଯ୍ୟ ସମୟରେ ଲୋକଙ୍କୁ ସେବା ନମିଳିଲେ ଗଣିବେ ତଣ୍ଡ
ବିଳମ୍ବ ପାଇଁ ଅଧିକାରୀଙ୍କୁ ଦରମାରୁ କଟିବ ଦିନକୁ 250 ଟଙ୍କା
ସାଧାରଣ ପ୍ରଶାସନ ବିଭାଗ ଆଣିଲା ନୂଆ ଗାଇଡଲାଇନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।