Fish Without Garlic, Onion is Veg: ପିଆଜ-ରସୁଣ ନପଡ଼ିଲେ ମାଛ ନିରାମିଷ: ମନ୍ତ୍ରୀଙ୍କ ଅଜବ ବୟାନ
ବିନା ପିଆଜ ରସୁଣରେ ମାଛ ରନ୍ଧା ହେଲେ ତାହା ଆମିଷରେ ଗଣାଯିବନି ବୋଲି ଅଜବ ମନ୍ତବ୍ୟ ଦେଇଛନ୍ତି ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ। ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ମାଛ ନିରାମିଷ ଦାବିକୁ ସମର୍ଥନ କରି ମନ୍ତ୍ରୀ ଓମ୍ ପ୍ରକାଶ ରାଜଭାର କହିଛନ୍ତି ଯେ, ପିଆଜ ଏବଂ ରସୁଣ ସହିତ ମାଛ ରନ୍ଧା ହେଲେ ଏହାକୁ ଆମିଷ ବୋଲି କୁହାଯିବ।
ପବିତ୍ର ଶ୍ରାବଣ ମାସରେ ଅଯୋଧ୍ୟାରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ମାଛ ହୋଇଥିବାକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା। ନିଷାଦଙ୍କ ମାଛ ନିରାମିଷ ମନ୍ତବ୍ୟକୁ ନେଇ ରାଜଭାର କହିଛନ୍ତି ଯେ, ଯଦି ନିଷାଦ ଏହା କହିଛନ୍ତି, ତେବେ ତାହା ଠିକ୍। ବିନା ପିଆଜ ଓ ରସୁଣରେ ମାଛ ରନ୍ଧାଗଲେ ତାହାକୁ ଆମିଷ ବୋଲି କୁହାଯାଇପାରିବ ନାହିଁ। ତେଣୁ କଂଗ୍ରେସକୁ ଏହା ପଚରାଯିବା ଉଚିତ୍ ଯେ, ଇଭେଣ୍ଟରେ ହୋଇଥିବା ମାଛରେ ପିଆଜ ରସୁଣ ପଡ଼ିଥିଲା ନା ନାହିଁ।
ଅଯୋଧ୍ୟାରେ ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଯୋଗ ଦେଇଥିବା କଂଗ୍ରେସ କାର୍ଯ୍ୟକ୍ରମରେ ମାଛ ପରିବେଷଣ କରାଯିବା ନେଇ ଏକ ବଡ଼ ରାଜନୈତିକ ବିବାଦ ମଧ୍ୟରେ ରାଜଭରଙ୍କ ଏଭଳି ମନ୍ତବ୍ୟ ଆସିଛି।
ତେବେ ପଶ୍ଚିମବଙ୍ଗରେ ମାଛ ଖାଇବା ସଂସ୍କୃତିକୁ ବିଜେପି ଗ୍ରହଣ କରିବା ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ, ଭିନ୍ନ ରାଜ୍ୟରେ ପରିସ୍ଥିତି ଓ ସାଂସ୍କୃତିକ ପରମ୍ପରା ଅନୁସାରେ ଖାଦ୍ୟ ଶୈଳୀ ମଧ୍ୟ ଭିନ୍ନ ହୋଇଥାଏ ବୋଲି କହିଛନ୍ତି।
ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ ଏ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ "ସନାତନ ଧର୍ମକୁ ଅପମାନ କରିବା ଏବେ କଂଗ୍ରେସ ଦଳର ପରିଚୟ ପାଲଟିଛି। ପବିତ୍ର ଶ୍ରାବଣ ମାସରେ ଅଯୋଧ୍ୟାରେ ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ପାଇଁ 'ମାଛ ଭୋଜି' ଆୟୋଜନ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଅକ୍ଷମଣୀୟ। ହିନ୍ଦୁ ବିଶ୍ୱାସ, ସାଂସ୍କୃତିକ ମୂଲ୍ୟବୋଧ ଏବଂ ସନାତନ ବିଶ୍ୱାସକୁ କ୍ଷୁର୍ଣ୍ଣ କରିବାର କଂଗ୍ରେସର ଇତିହାସ ରହିଛି," ସେ ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।