Old Grudge Ends in Bloodshed During Ganesh Visarjan: ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଗଣେଶ ଭସାଣ ବେଳେ ମର୍ଡର୍
ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ହେଲା ଭଦ୍ରକ ! ଗଣେଶ ଭସାଣ ବେଳେ ବାପା-ପୁଅଙ୍କ ଉପରେ ମରଣାନ୍ତକ ଆକ୍ରମଣ । କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ କରି ମର୍ଡର୍ । ମୃତକ ହେଲେ ଲକ୍ଷ୍ମୀଧର ଜେନା । ତାଙ୍କ ପୁଅ ପର୍ଶୁରାମ ଜେନାଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଆନ୍ଦିଆ ପଞ୍ଚାୟତର ଜେନା ସାହିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ ।
ଅଭିଯୋଗ ଅନୁସାରେ, ମୃତ ଲକ୍ଷ୍ମୀଧର ସ୍ଥାନୀୟ ଅଞ୍ଚଳରେ ଏକ କୁକୁଡ଼ା ଦୋକାନ କରିଥିଲେ। ପୂର୍ବରୁ କିଛି ଲୋକଙ୍କ ସହିତ ତାଙ୍କର ବିବାଦ ରହିଥିଲା । ଗତକାଲି ପୂର୍ବ ରାଗ ରଖି ଦୁର୍ବୃତ୍ତମାନେ ଦୋକାନ ଭାଙ୍ଗିଦେବା ସହିତ ଲକ୍ଷ୍ମୀଧର ଓ ତାଙ୍କ ଦୁଇ ପୁଅଙ୍କ ଉପରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପୁଅ ସଂକଟାପନ୍ନ ହୋଇପଡ଼ିଛନ୍ତି । ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ
ଗଣେଶ ଭସାଣ ବେଳେ ମର୍ଡର୍
ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ କରି ହତ୍ୟା
ମୃତକ ଲକ୍ଷ୍ମୀଧର ଜେନା, ପୁଅ ପର୍ଶୁରାମ ଏସସିବିରେ ଭର୍ତ୍ତି
୪ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।