Chalantika: ଚଳନ୍ତିକା: ୬୩ ବର୍ଷ ତଳର ଜଳ ପ୍ରଳୟ

Sep 06, 2026 - 08:14
Chalantika: ଚଳନ୍ତିକା: ୬୩ ବର୍ଷ ତଳର ଜଳ ପ୍ରଳୟ

"ଅଗଷ୍ଟ ୨୬ ତାରିଖରେ ନେପାଳରେ ସଂଘଟିତ ଜଳ ପ୍ରଳୟ ଯୋଗୁଁ ବିସ୍ତୃତ ଅଞ୍ଚଳ ଛାରଖାର ହୋଇଯାଇଛି।

ଏହି ଘଟଣା ହିମବିଜ୍ଞାନୀମାନଙ୍କୁ ୬୩ ବର୍ଷ ତଳର କଥା ମନେପକାଇ ଦେଇଛି।

ହିମବାହ ଓ ଭୂସ୍ଖଳନ ଯୋଗୁଁ ଏହି ବିପର୍ଯ୍ୟୟ ଘଟିଛି ବୋଲି ପରିବେଶ ବିଜ୍ଞାନୀମାନେ ଆକଳନ କରିଛନ୍ତି।

୧୯୬୩ ଅକ୍ଟୋବର ୯ ତାରିଖ ରାତିରେ ଉତ୍ତର ଇଟାଲୀରେ ଏହିଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା।

ଏକ ବିଶାଳ ପର୍ବତ ହଠାତ୍‌ ଧସିଆସି ସନ୍ନିକଟସ୍ଥ ଜଳଭଣ୍ଡାରରେ ପଡ଼ିଥିଲା।

ଫଳରେ ଜଳଭଣ୍ଡାରରୁ ବିପୁଳ ପରିମାଣର ଜଳ ଉଛୁଳି ଭୂଭାଗକୁ ମାଡ଼ିଗଲା।

ଏଭଳି ପରିସ୍ଥିତି କଥା କେବେ ବି ଭାବନାରେ ଆଣିନଥିବା ସେ ଅଞ୍ଚଳର ସହସ୍ରାଧିକ ଲୋକଙ୍କୁ ରାତି ଅଧରେ ପାଣି ଭସାଇନେଲା। "ଭାଜୋଣ୍ଟ ବିପର୍ଯ୍ୟୟ" ଭାବେ ଜଣାଶୁଣା ଏହି ଘଟଣା ପ୍ରାକୃତିକ ଅସନ୍ତୁଳନ, ଭୂତାତ୍ତ୍ୱିକ ଚଳନ ଓ ମାନବୀୟ ହସ୍ତକ୍ଷେପରୁ ସୃଷ୍ଟି ହୋଇଥିଲା ବୋଲି ପରେ ବିଶେଷଜ୍ଞମାନେ ଜାଣିଥିଲେ।Advertisment Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ ଇଟାଲୀୟ ଆଲ୍‌ପସ୍‌ ପର୍ବତମାଳାର ଲୋଙ୍ଗାରୋନ୍ ନିକଟସ୍ଥ ସଂକୀର୍ଣ୍ଣ ଭାଜୋଣ୍ଟ ଉପତ୍ୟକାରେ ନିର୍ମିତ ହୋଇଥିଲା ବିଶାଳ ନଦୀବନ୍ଧ।

ଏହାର ଗୋଟିଏ ପାର୍ଶ୍ବରେ ଥିଲା ପର୍ବତ ଏବଂ ଅବଶିଷ୍ଟ ଦୁଇ ପାର୍ଶ୍ବରେ କଂକ୍ରିଟ୍‌ ପ୍ରାଚୀର।

ଏହାସହିତ ଏକ ଜଳବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ମଧ୍ୟ ଥିଲା।

ସେହି ସମୟରେ ଏହି ବିଶାଳ ପ୍ରକଳ୍ପକୁ ଇଞ୍ଜିନିୟରିଂର ଏକ ଅଦ୍ଭୁତ ନମୁନା ଭାବେ ପରିଗଣିତ କରାଯାଉଥିଲା।

୨୬୦ ମିଟରରୁ ଅଧିକ ଉଚ୍ଚ ଏହି ନଦୀବନ୍ଧର ଉଦ୍ଦେଶ୍ୟ ଥିଲା ଲକ୍ଷ ଲକ୍ଷ ଘନମିଟର ଜଳକୁ ଅଟକାଇ ବିଦ୍ୟୁତ୍ ଉତ୍ପାଦନ କରିବା।

ସମୟ ରାତି ପ୍ରାୟ ୧୦ଟା ୩୯ ମିନିଟ୍‌।

ମୋଣ୍ଟେ ଟୋକ୍ ପର୍ବତର ଏକ ବିଶାଳ ଅଂଶ ହଠାତ୍ ଧସିଗଲା।

ପ୍ରାୟ ୨୬ କୋଟି ଘନମିଟର ପଥର ଓ ମାଟି ମାତ୍ର ୪୫ ସେକେଣ୍ଡ୍‌ ମଧ୍ୟରେ ଜଳାଶୟ ଭିତରେ ତୀବ୍ର ବେଗରେ ପ୍ରବେଶ କଲା।

ଏହି ଭୂସ୍ଖଳନର ଗତି ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର୍‌ ବୋଲି ଆକଳନ କରାଯାଇଥିଲା।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ପର୍ବତର ବିପୁଳ ଅଂଶ ଜଳାଶୟ ଭିତରକୁ ପଡ଼ିବାରୁ ପ୍ରବଳ ବେଗରେ ଜଳ ଉଛୁଳି ବନ୍ଧ ଡେଇଁ ବାହାରିଗଲା।

ଜଳଭାଗରେ ଏକ ବିଶାଳ ସୁନାମି ହେଲେ ଯେଭଳି ପରିସ୍ଥିତି ହୁଏ, ସେଭଳି ହିଁ ହେଲା।

୨୦୦ ମିଟରରୁ ଅଧିକ ଉଚ୍ଚକୁ ଉଠି ଜଳ ମାଡ଼ିଗଲା।

ବିପୁଳ ପରିମାଣର ପଥର ଓ ମାଟି ଜଳକୁ ଭୟଙ୍କର ଭାବେ ଠେଲି ବାହାର କରିଦେଇଥିଲା।

ଆନୁମାନିକ ୩ରୁ ୫ କୋଟି ଘନମିଟର ଜଳ ପ୍ରଚଣ୍ଡ ବେଗରେ ପିଆଭେ ଉପତ୍ୟକା ଆଡ଼କୁ ମାଡ଼ିଗଲା।

ପଙ୍କ, କାଦୁଅ, ପଥର, ଗଛଲତା, ଘରଦ୍ୱାର ଏବଂ ଅନେକ ନିର୍ମାଣ ଭିତ୍ତିଭୂମିକୁ ନିଜ ସହ ଭସାଇ ନେଇ ଏହି ପ୍ରଚଣ୍ଡ ଜଳସ୍ରୋତ ଅଳ୍ପ ସମୟ ମଧ୍ୟରେ ଲୋଙ୍ଗାରୋନ୍ ସହ ଆଖପାଖର ଅନେକ ଜନବସତିକୁ ଧ୍ବଂସ କରିଦେଇଥିଲା।

କ"ଣ ଘଟୁଛି ତାହା ବୁଝିବା ପୂର୍ବରୁ ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଗଲା।

ଜଳର ତାଣ୍ଡବ ଥମିବା ପରେ ବିପର୍ଯ୍ୟୟର ପ୍ରକୃତ ଚିତ୍ର ସାମ୍ନାକୁ ଆସିଥିଲା।

୨,୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଚାଲିଯାଇଥିଲା।

ଲୋଙ୍ଗାରୋନ୍ ସମେତ ଏହାର ତଳମୁଣ୍ଡ ଏକ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା।

ପ୍ରକୃତିର ଏହି ଧ୍ୱଂସଲୀଳା ମଧ୍ୟରେ ଗୋଟିଏ ଅସାଧାରଣ ତଥ୍ୟ ସାମ୍ନାକୁ ଆସିଥିଲା- ଭାଜୋଣ୍ଟ ନଦୀବନ୍ଧର ମୁଖ୍ୟ କଂକ୍ରିଟ୍ ନିର୍ମାଣ ମୋଟାମୋଟି ଅକ୍ଷତ ଥିଲା।

ଭାଜୋଣ୍ଟ ବିପର୍ଯ୍ୟୟ ମନୁଷ୍ୟକୃତ କାର୍ଯ୍ୟକଳାପର ସୀମା ସମ୍ପର୍କରେ ସଚେତନ କରାଇ ଦେଇଥିଲା।

ମନୁଷ୍ୟ ଜଳକୁ ବାନ୍ଧି ଉପଯୋଗ କରିଥିଲା।

କିନ୍ତୁ ଭୂସ୍ଖଳନର ଆକଳନ କରିପାରିନଥିଲା।

ଭୂତାତ୍ତ୍ୱିକ ବାସ୍ତବତାକୁ ଅଣଦେଖା କଲେ ଅତ୍ୟାଧୁନିକ ନିର୍ମାଣ ମଧ୍ୟ କିପରି ଅକାମୀ ହୋଇଯାଏ, ୬ ଦଶନ୍ଧି ତଳେ ଏହି ଘଟଣା ପ୍ରମାଣିତ କରିଥିଲା।

ସେଦିନର ପରିବେଶବିତ୍‌ ଏହି ବିପର୍ଯ୍ୟୟକୁ ପର୍ବତର ଅଭ୍ୟନ୍ତରରେ ସୁନାମି ଆସିଥିବା ଦର୍ଶାଇଥିଲେ।

ଏହା ମନୁଷ୍ୟର ଅପରିମାଣଦର୍ଶିତା ବିରୋଧରେ ପ୍ରକୃତିର ପ୍ରତିଶୋଧ ବୋଲି ଅଭିହିତ କରାଯାଇପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।