Omar Abdullah Makes Major PoK Claim: ସ୍ୱାଧୀନତା ଦିବସରେ PoK ବିସ୍ଫୋରଣ! ଓମାରଙ୍କ କଥା ଶୁଣି ରାଗିଲା ବିଜେପି
ସ୍ୱାଧୀନତା ଦିବସରେ PoKକୁ ନେଇ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ। ଶ୍ରୀନଗରରେ ଭାଷଣ ଦେଇ ଓମାର କହିଛନ୍ତି, ୨୦୧୯ରେ ଜମ୍ମୁ-କଶ୍ମୀରର ବିଶେଷ ମାନ୍ୟତା ଓ ରାଜ୍ୟ ମାନ୍ୟତା ହଟାଯାଇନଥାନ୍ତା, ତେବେ PoKର ଲୋକେ ଜମ୍ମୁ-କଶ୍ମୀର ସହ ମିଶିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଥାନ୍ତେ।
PoKରେ ଗଣତାନ୍ତ୍ରିକ ଅଧିକାର ପାଇଁ ହୋଇଥିବା ଆନ୍ଦୋଳନରେ ମୃତାହତ ଓ ଗିରଫ ଘଟଣାକୁ ନେଇ ଓମାର କ୍ଷୋଭ ପ୍ରକାଶ କରିଛନ୍ତି। ୧୯୪୭ରେ ପାକିସ୍ତାନୀ ଆକ୍ରମଣକାରୀଙ୍କ ବିରୋଧରେ କଶ୍ମୀରବାସୀଙ୍କ ଲଢ଼େଇକୁ ସେ ସ୍ମରଣ କରିଛନ୍ତି।
ସେପଟେ, ଓମାରଙ୍କ ମନ୍ତବ୍ୟକୁ “ଦାୟିତ୍ୱହୀନ” ବୋଲି କହିଛି ବିଜେପି। ଜମ୍ମୁ-କଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଛନ୍ତି, ସ୍ୱାଧୀନତା ଦିବସ ଭଳି ଜାତୀୟ ଦିବସରେ ଓମାର ରାଜନୀତି କରିବା ପରିବର୍ତ୍ତେ ସରକାରଙ୍କ କାମ ଓ ଭବିଷ୍ୟତ ଯୋଜନା ଉପରେ କଥା ହେବା ଉଚିତ ଥିଲା।
ଏହାସହ ୨୦୧୯ରେ ହଟିଥିବା ରାଜ୍ୟ ମାନ୍ୟତା ଓ ସାମ୍ବିଧାନିକ ଅଧିକାର ପୁନଃସ୍ଥାପନ ପାଇଁ ତାଙ୍କ ସରକାର ଲଢ଼େଇ ଜାରି ରଖିବ ବୋଲି ଓମାର ପୁଣି ସ୍ପଷ୍ଟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।