Eetha vs Akshay Kumar movie: ଶ୍ରଦ୍ଧା ବନାମ ଅକ୍ଷୟ: ୪ ଡିସେମ୍ବରରେ ବଡ଼ ବକ୍ସ ଅଫିସ୍‌ରେ ଟକ୍କର

Aug 15, 2026 - 15:21
Eetha vs Akshay Kumar movie: ଶ୍ରଦ୍ଧା ବନାମ ଅକ୍ଷୟ: ୪ ଡିସେମ୍ବରରେ ବଡ଼ ବକ୍ସ ଅଫିସ୍‌ରେ ଟକ୍କର

ଶ୍ରଦ୍ଧା କପୁରଙ୍କ ଫ୍ୟାନ୍‌ଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଫିଲ୍ମ ‘ଈଠା’ର ନୂଆ ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି। ରିଲିଜ୍ ଡେଟ୍ ବଦଳିବା ପରେ ଫିଲ୍ମଟି ଏବେ ବକ୍ସ ଅଫିସ୍‌ରେ ଆଉ ଏକ ବଡ଼ ଫିଲ୍ମ ସହ ମୁହାଁମୁହିଁ ହେବାକୁ ଯାଉଛି।

ମେକର୍ସ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ନୂଆ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି। ଏବେ ୪ ଡିସେମ୍ବର ୨୦୨୬ରେ ସିନେମାହଲକୁ ଆସିବ ଶ୍ରଦ୍ଧା କପୁରଙ୍କ ‘ଈଠା’। ମେକର୍ସଙ୍କ ଘୋଷଣା ପରେ ଫ୍ୟାନ୍‌ମାନଙ୍କ ଉତ୍ସାହ ଆହୁରି ବଢ଼ିଛି।

‘ଟକ୍ସିକ୍’ ସହ କ୍ଲାଶ୍ ଏଡ଼ାଇଥିଲେ ମେକର୍ସ

ପ୍ରଥମେ ‘ଈଠା’ ୨୮ ଅଗଷ୍ଟ ୨୦୨୬ରେ ରିଲିଜ୍ ହେବାର ଥିଲା। କିନ୍ତୁ ୟଶଙ୍କ ଫିଲ୍ମ ‘ଟକ୍ସିକ୍’ ମଧ୍ୟ ଅଗଷ୍ଟରେ ରିଲିଜ୍ ହେବାରୁ ବକ୍ସ ଅଫିସ୍ କ୍ଲାଶ୍ ଏଡ଼ାଇବା ପାଇଁ ‘ଈଠା’ର ରିଲିଜ୍ ଡେଟ୍ ପରିବର୍ତ୍ତନ କରାଯାଇଛି।

ଅକ୍ଷୟ କୁମାରଙ୍କ ଫିଲ୍ମ ସହ ହେବ ଟକ୍କର

୪ ଡିସେମ୍ବରରେ ହିଁ ଅକ୍ଷୟ କୁମାର ଓ ନିର୍ଦ୍ଦେଶକ ଅନିସ୍ ବଜମୀଙ୍କ ଅନଟାଇଟଲ୍ଡ କମେଡି ଫିଲ୍ମ ମଧ୍ୟ ରିଲିଜ୍ ହେବ। ଫଳରେ ଦୁଇଟି ଫିଲ୍ମ ମଧ୍ୟରେ ବକ୍ସ ଅଫିସ୍‌ରେ ସିଧାସଳଖ ଟକ୍କର ଦେଖିବାକୁ ମିଳିପାରେ। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ବିଦ୍ୟା ବାଲନ୍ ଲିଡ୍ ରୋଲ୍‌ରେ ନଜର ଆସିବେ। 

ବିଠାବାଇଙ୍କ ଜୀବନ କାହାଣୀରେ ଶ୍ରଦ୍ଧା

‘ଈଠା’ର କାହାଣୀ ମହାରାଷ୍ଟ୍ରର ପ୍ରସିଦ୍ଧ ତମାଶା ଓ ଲାବଣୀ କଳାକାର ବିଠାବାଇ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ଶ୍ରଦ୍ଧା କପୁର ବିଠାବାଇଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଫିଲ୍ମର ପ୍ରଥମ ଲୁକ୍ ଏବଂ ଟିଜର୍ ପୂର୍ବରୁ ରିଲିଜ୍ ହୋଇସାରିଛି। ବିଶେଷକରି ଟିଜର୍‌ରେ ଶ୍ରଦ୍ଧାଙ୍କ ଦମ୍‌ଦାର ପରଫର୍ମାନ୍ସ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି। ଗର୍ଭବତୀ ବିଠାବାଇଙ୍କ ଭୂମିକାରେ ମଞ୍ଚ ଉପରେ ନୃତ୍ୟ ଓ ପରଫର୍ମାନ୍ସ କରୁଥିବା ଶ୍ରଦ୍ଧାଙ୍କ ଅବତାରକୁ ଖୁବ୍ ପ୍ରଶଂସା କରିଛନ୍ତି।

‘ସ୍ତ୍ରୀ ୨’ ପରେ ବଡ଼ ପରଦାକୁ ଫେରୁଛନ୍ତି ଶ୍ରଦ୍ଧା

ଶ୍ରଦ୍ଧା କପୁରଙ୍କୁ ଶେଷଥର ପାଇଁ ୨୦୨୪ର ହିଟ୍ ଫିଲ୍ମ ‘ସ୍ତ୍ରୀ ୨’ରେ ଦେଖିବାକୁ ମିଳିଥିଲା। ଏବେ ‘ଈଠା’ ମାଧ୍ୟମରେ ସେ ପୁଣି ବଡ଼ ପରଦାକୁ ଫେରୁଛନ୍ତି। ତାଙ୍କ ନୂଆ ଲୁକ୍, ଭିନ୍ନ ଚରିତ୍ର ଓ ଦମ୍‌ଦାର ଟିଜର୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି।

ଏବେ ଦେଖିବାକୁ ବାକି ରହିଲା ୪ ଡିସେମ୍ବରର ବକ୍ସ ଅଫିସ୍ ଯୁଦ୍ଧରେ ଶ୍ରଦ୍ଧାଙ୍କ ‘ଈଠା’ ନା ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ, କିଏ ମାରିବ ବାଜି!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।