Omar-Nidhi Wedding Sparks Sharia Row: ଓମାର-ନିଧିଙ୍କ ବିବାହକୁ ନେଇ ବିବାଦ, ଶରିଆ ଅନୁସାରେ ବେଆଇନ କହିଲେ ମୁସଲିମ୍‌ ଜମାତ୍‌ ମୁଖ୍ୟ

Nov 02, 2026 - 14:18
Omar-Nidhi Wedding Sparks Sharia Row: ଓମାର-ନିଧିଙ୍କ ବିବାହକୁ ନେଇ ବିବାଦ, ଶରିଆ ଅନୁସାରେ ବେଆଇନ କହିଲେ ମୁସଲିମ୍‌ ଜମାତ୍‌ ମୁଖ୍ୟ

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ସାମ୍ବାଦିକା ନିଧି ରାଜଦାନଙ୍କ ବିବାହକୁ ନେଇ ଏବେ ଧାର୍ମିକ ବିବାଦ ଦେଖାଦେଇଛି।

ଉଭୟଙ୍କ ବିବାହ ଖବର ସାମ୍ନାକୁ ଆସିବାର ଦୁଇ ଦିନ ପରେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ଜମାତ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ଏହି ବିବାହକୁ ଇସଲାମୀୟ ନିୟମ ବା ଶରିଆ ଅନୁସାରେ ବେଆଇନ ବୋଲି କହିଛନ୍ତି।

ସେ କହିଛନ୍ତି, ଇସଲାମୀୟ ପରମ୍ପରା ଅନୁସାରେ ନିକାହ ପାଇଁ ଉଭୟ ବର ଓ କନ୍ୟା ମୁସଲମାନ ହେବା ଆବଶ୍ୟକ।

ଓମାର ମୁସଲମାନ ହୋଇଥିବା ବେଳେ ନିଧି ମୁସଲମାନ ନୁହନ୍ତି।

ତେଣୁ ଏହି ବିବାହକୁ ଶରିଆ ଅନୁସାରେ ଗ୍ରହଣୀୟ କରାଯାଇପାରିବ ନାହିଁ।

Advertisment ଇସଲାମରେ ବିବାହ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ଓ ସର୍ତ୍ତ ରହିଛି।

ତାଙ୍କ ଅନୁସାରେ, ଯଦି ବର ଓ କନ୍ୟାଙ୍କ ମଧ୍ୟରୁ ଜଣେ ମୁସଲମାନ ନୁହନ୍ତି, ତେବେ ସେମାନଙ୍କ ମଧ୍ୟରେ ଇସଲାମୀୟ ପଦ୍ଧତିରେ ନିକାହ ହୋଇପାରିବ ନାହିଁ।

ଓମାର ଅବଦୁଲ୍ଲା ମୁସଲମାନ ହୋଇଥିବାବେଳେ ନିଧି ରାଜଦାନ ଅଣମୁସଲମାନ।

ତେଣୁ ନିଧି ପ୍ରଥମେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ଏହା ପରେ ଇସଲାମୀୟ ପରମ୍ପରା ଅନୁସାରେ ନିକାହ ହୋଇଥିଲେ ତାହାକୁ ଶରିଆ ଅନୁସାରେ ଗ୍ରହଣୀୟ ବୋଲି କୁହାଯାଇପାରିଥାନ୍ତା।

କିନ୍ତୁ ଏପରି ହୋଇନଥିବାରୁ ଏହି ବିବାହ ଇସଲାମୀୟ ନିୟମ ଅନୁସାରେ ଠିକ୍‌ ନୁହେଁ ବୋଲି କହିଛନ୍ତି।

ଅକ୍ଟୋବର ୩୧ରେ ଓମାର ଅବଦୁଲ୍ଲା ଓ ନିଧି ରାଜଦାନ ସୋସିଆଲ୍‌ ମିଡିଆରେ ନିଜ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ।

ଓମାର ନିଜ ସୋସିଆଲ୍‌ ମିଡିଆ ପୋଷ୍ଟରେ 'ଏକ ନୂଆ ଯାତ୍ରା ଆରମ୍ଭ ହେଲା' ବୋଲି ଲେଖିଥିବା ବେଳେ ନିଧି ମଧ୍ୟ ନିଜ ପୋଷ୍ଟ ମାଧ୍ୟମରେ ବିବାହକୁ ନିଶ୍ଚିତ କରିଥିଲେ।

ଉଭୟଙ୍କ ବିବାହ ଅକ୍ଟୋବର ୩୦ରେ ଏକ ଘରୋଇ ସମାରୋହରେ ହୋଇଥିଲା।

Advertisment ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ବିବାହ ସ୍ପେଶାଲ୍‌ ମ୍ୟାରେଜ୍‌ ଆକ୍ଟ ଅନୁସାରେ ସମ୍ପନ୍ନ ହୋଇଥିଲା।

ଉଭୟ ପରିବାରର ସଦସ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।

ଓମାର ଅବଦୁଲ୍ଲାଙ୍କ ଏହା ଦ୍ୱିତୀୟ ବିବାହ।

୧୯୯୪ରେ ସେ ପାୟଲ ଅବଦୁଲ୍ଲାଙ୍କୁ ବିବାହ କରିଥିଲେ।

ଉଭୟଙ୍କର ଦୁଇଟି ପୁଅ ଅଛନ୍ତି।

ଦୀର୍ଘଦିନ ଧରି ଅଲଗା ରହିବା ପରେ ଏହି ବିବାହ ବିଚ୍ଛେଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

୩୧ ଜୁଲାଇ ୨୦୨୬ରେ ସୁପ୍ରିମକୋର୍ଟ ଉଭୟଙ୍କ ସହମତି ଆଧାରରେ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିଲେ।

ଏହାର ତିନି ମାସ ପରେ ଓମାର ନିଧିଙ୍କ ସହ ନୂଆ ଜୀବନ ଆରମ୍ଭ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।