Two Killed, Two Critically Injured: ରାଜଧାନୀରେ ଛାତିଥରା ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ କାର ଚୁରମାର, ୨ ମୃତ ଓ ୨ ଗୁରୁତର

Nov 02, 2026 - 15:01
Two Killed, Two Critically Injured:  ରାଜଧାନୀରେ ଛାତିଥରା ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ କାର ଚୁରମାର, ୨ ମୃତ ଓ ୨ ଗୁରୁତର

ସୂଚନା ଅନୁସାରେ, ଏକ ଅଜଣା ଗାଡ଼ି ଏକ କାରକୁ ଅତି ଜୋରରେ ଧକ୍କା ଦେଇଥିଲା।

ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ବିକୃତ ହୋଇଯାଇଥିଲା।

ଗାଡ଼ିର ଆଗ ଭାଗ ଭାଙ୍ଗି ଚୁରମାର୍ ହୋଇଥିବା ବେଳେ ଭିତରେ ଥିବା ଲୋକମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ।

Advertisment ଦୁର୍ଘଟଣାରେ କାର୍‌ରେ ଥିବା ୨ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେହିପରି ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

ଭଙ୍ଗା କାର୍‌ର ଅବସ୍ଥା ଦେଖି ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ସହଜରେ ଅନୁମାନ କରାଯାଉଥିଲା।

ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

Advertisment ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଯାଞ୍ଚ କରିବା ସହ ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଅଜଣା ଗାଡ଼ିଟି କେଉଁ ଦିଗରୁ ଆସୁଥିଲା, ଦୁର୍ଘଟଣା ପରେ କେଉଁଆଡ଼େ ଚାଲିଗଲା ଓ ଗାଡ଼ିଟିର ପରିଚୟ କ'ଣ—ସେସବୁ ଦିଗକୁ ନେଇ ଖୋଳତାଡ଼ ଚାଲିଛି।

ଆଖପାଖର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇପାରେ ବୋଲି ଆଶା କରାଯାଉଛି।

ଏବେ ସବୁଠୁ ବଡ଼ ପ୍ରଶ୍ନ, ଏହି ଭୟଙ୍କର ଦୁର୍ଘଟଣା କିପରି ଘଟିଲା?

ଅଜଣା ଗାଡ଼ିଟି କିଏ ଚଳାଉଥିଲା?

ଦ୍ରୁତଗତି, ଅସାବଧାନତା ନା ଅନ୍ୟ କୌଣସି କାରଣ ଏହି ଅଘଟଣ ପଛରେ ଥିଲା?

ପୋଲିସର ତଦନ୍ତ ପରେ ହିଁ ଏସବୁର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।