Onion: ପିଆଜ ~୫୦ ଛୁଇଁଲା‌: ହୁ ହୁ ବଢ଼ୁଛି ପନିପରିବା, ରାସନ ଦର, ଘର ଚଳାଇବା କଷ୍ଟକର

Aug 20, 2026 - 02:22
Onion: ପିଆଜ ~୫୦ ଛୁଇଁଲା‌: ହୁ ହୁ ବଢ଼ୁଛି ପନିପରିବା, ରାସନ ଦର, ଘର ଚଳାଇବା କଷ୍ଟକର

"ଭୁବନେଶ୍ବର: ରାଜ୍ୟରେ ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷର ଦର ଗତ କିଛି ଦିନ ମଧ୍ୟରେ ଅହେତୁକ ବୃଦ୍ଧି ପାଇଛି।

ସର୍ବାଧିକ ଦରବୃଦ୍ଧି ଚିନିରେ ଦେଖିବାକୁ ମିଳିଛି।

ଦୁଇ ସପ୍ତାହ ପୂର୍ବେ କେଜି ୫୫ ଟଙ୍କାରେ ବିକ୍ରି ହେଉଥିବା ଚିିନି ଏବେ ୬୫ ଟଙ୍କାରେ ପହଞ୍ଚିଛି।

ଇଥାନଲ ପାଇଁ ଆଖୁ ଯୋଗାଇ ଦିଆଯାଉଥିବାରୁ ଚିନି ଦର ବଢ଼ୁଥିବା କୁହାଯାଉଛି।

ସେହିପରି ପରିବା ହାଟରେ ପିଆଜ ଓ ଟମାଟୋ ଦରରେ ଅହେତୁକ ବୃଦ୍ଧି ଘଟିଛି।

ପିଆଜ କେଜି ୫୦ ଟଙ୍କା ଓ ଟମାଟୋ କେଜି ୮୦ ଟଙ୍କା ହୋଇଯାଇଛି।

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ଏଭଳି ବୃଦ୍ଧି ହେବା ପରେ ଲୋକମାନଙ୍କ ପାଇଁ ଘର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ବଜାରରୁ ସଂଗୃହୀତ ତଥ୍ୟ ଅନୁସାରେ, ପନିପରିବା ମଧ୍ୟରେ ପିଆଜ କେଜି ୪୦ ଟଙ୍କାରୁ ବଢ଼ି ୫୦ ଟଙ୍କା ହୋଇଯାଇଛି।

ବନ୍ଧାକୋବି କେଜି ୩୦, ଗାଜର କେଜି ୫୦, କଲିକତି ପୋଟଳ ୫୦ ଟଙ୍କା, କଲରା କେଜି ୫୦ରୁ ୬୦, ବାଇଗଣ କେଜି ୫୦ରୁ ୬୦, ଜହ୍ନି କେଜି ୮୦, କାଙ୍କଡ଼ କେଜି ୨୦୦, ଅଦା କେଜି ୨୦୦, ରସୁଣ କେଜି ୨୪୦, ଭଣ୍ଡା କେଜି ୨୦ରୁ ୨୫, ଆଳୁ କେଜି ୨୦ରୁ ୨୨, ବାହାରୁ ଆସୁଥିବା ବିନ୍‌ କେଜି ୧୬୦, କୋରାପୁଟ ବିନ୍‌ କେଜି ୮୦ରୁ ୧୦୦ ଟଙ୍କା ରହିଛି।

ରାସନ ସାମଗ୍ରୀ ମଧ୍ୟରେ ରିଫାଇନ୍‌ ଖାଇବା ତେଲ ଲିଟର ୧୮୦ ଟଙ୍କା ଓ ସୋରିଷ ତେଲ ଲିଟର ୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଛି।

ତେଲ ଓ ଚିନି ଦରରେ ସପ୍ତାହକ ଭିତରେ କେଜି ପିଛା ୧୦ ଟଙ୍କାର ବୃଦ୍ଧି ହୋଇଛି।

ଜିରା କେଜି ୨୦ ଟଙ୍କା ପାଖାପାଖି ବୃଦ୍ଧି ପାଇ ୨୯୦ ଟଙ୍କା ହୋଇଛି।

Advertisment Vedanta Aluminium: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା, ନେତୃତ୍ବ ଓ ବିକାଶର ସୁଯୋଗ ଚିନି ଦରବୃଦ୍ଧି ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ବ୍ୟବସାୟୀମାନଙ୍କ ପାଇଁ ଦେଢ଼ ମାସ ପୂର୍ବରୁ ଚିନିର କ୍ବିଣ୍ଟାଲ ପିଛା ଦର ୪୧୦୦ ଟଙ୍କା ଥିଲା।

ତାହା ବର୍ତ୍ତମାନ ୬୧୦୦ ଟଙ୍କା ହୋଇଛି।

ଖୁଚୁରା ବଜାରରେ ଚିନି କେଜି ୬୫ ଟଙ୍କାରେ ବିକ୍ରି ହେଉଛି।

ଓଡ଼ିଶାକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ଚିନି ଆସିଥାଏ।

ବେଶି ଚିନି କର୍ଣ୍ଣାଟକରୁ ଆସିଥାଏ।

ଏହାର ଦର ଗତ କିଛି ମାସ ହେଲାଣି ଲଗାତାର ଭାବେ ବଢ଼ିଚାଲିଥିବା ସେ କହିଛନ୍ତି।

Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ!

ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ପନିପରିବା ଦରବୃଦ୍ଧି ଉପରେ ମତ ଦେଇ ଏକ ନମ୍ବର ହାଟ କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି ଯେ ନାସିକରେ ବର୍ଷା ହେଉଥିବାରୁ ପିଆଜ ଯୋଗାଣ ପ୍ରଭାବିତ ହୋଇଛି।

ସେଥିପାଇଁ ଏହାର ଦର ବଢ଼ିଛି।

ଆଗାମୀ ଦିନରେ ପିଆଜ ଆହୁରି ମହଙ୍ଗା ହେବ।

ଅନ୍ୟ ପରିପରିବା ଦରବୃଦ୍ଧି ପାଇଁ ବର୍ଷା ଓ ଯୋଗାଣ ସମସ୍ୟାକୁ ସେ ଦାୟୀ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।