Opposition Set To Raise MMDR Amendment: ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ, ମାଳ ମାଳ ପ୍ରସଙ୍ଗରେ ଘେରିବେ ବିରୋଧୀ
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ। ଅକ୍ଟୋବର ୩ ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ରହିଛି ମୋଟ ୯ଟି କାର୍ଯ୍ୟଦିବସ । ଏହି ଅବଧିରେ ଗୃହରେ ଆସିବ ୬ଟି ବିଲ୍। ତେବେ ସ୍ବଳ୍ପ କାର୍ଯ୍ୟଦିବସରେ ସରକାରଙ୍କୁ ଘେରିବାକୁ ମାଳ ମାଳ ପ୍ରସଙ୍ଗ ଧରି ପ୍ରସ୍ତୁତି କରିଛନ୍ତି ବିରୋଧୀ ।
MMDR ସଂଶୋଧିତ ଆଇନଠୁ ଆରମ୍ଭ କରି ଦରଦାମ ବୃଦ୍ଧି, ପାଠ୍ୟପୁସ୍ତକ ତ୍ରୁଟି, ଆଇନଶୃଙ୍ଖଳା ଏବଂ ଡିଜିପି ନିଯୁକ୍ତି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିଜେଡି ଯୋଜନା କରିଛି। ବିଶେଷକରି MMDR ସଂଶୋଧିତ ଆଇନକୁ ଅସ୍ତ୍ର କରିପାରେ ଦଳ ।
ସେପଟେ ବିରୋଧୀଙ୍କ ରଣନୀତିର ମୁକାବିଲା ପାଇଁ ଶାସକ ବିଜେପି ବି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି। ବିରୋଧୀଙ୍କ ପ୍ରଶ୍ନର ଜବାବ ଦେବା ସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖିବା ନେଇ ଆଲୋଚନା ହୋଇଛି। ଅନ୍ୟପଟେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।