Promises Railway Jobs And Collects Lakhs: ନକଲି ରେଳ ଚାକିରିର ମାୟାଜାଲ, ୪୫ ଲକ୍ଷ ଠକେଇ ଅଭିଯୋଗରେ ଗିରଫ

Sep 22, 2026 - 11:38
Promises Railway Jobs And Collects Lakhs: ନକଲି ରେଳ ଚାକିରିର ମାୟାଜାଲ, ୪୫ ଲକ୍ଷ ଠକେଇ ଅଭିଯୋଗରେ ଗିରଫ

ବିଛାଇଥିଲା ମିଛ ରେଳ ଚାକିରିର ମାୟାଜାଲ । ଲୁଟିନେଇଥିଲା ୪୫ ଲକ୍ଷ ଟଙ୍କା । ପୋଲିସ ପଞ୍ଝାରେ ପଡ଼ିଲା ନକଲି ଚାକିରିର ସୌଦାଗର ଜିତେନ୍ଦ୍ର କୁମାର ବଗର୍ତ୍ତୀ ଓରଫ ଜିତୁ । ଭୁବନେଶ୍ୱରରେ ରେଲୱେରେ ଚାକିରି କରାଇଦେବାର ଲୋଭ ଦେଖାଇ ୪୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ଜିତୁକୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ନିଜକୁ ପ୍ରଭାବଶାଳୀ ବ୍ୟକ୍ତି ବୋଲି ପରିଚୟ ଦେଇ ଚାକିରିର ଲୋଭ ଦେଖାଇଥିଲା ।

ଅଭିଯୋଗକାରୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ନଗଦ ଟଙ୍କା ଓ ବ୍ୟାଙ୍କ ଟ୍ରାଞ୍ଜାକସନ୍ ଜରିଆରେ ଲୁଟିନେଇଥିଲା ୪୪ ଲକ୍ଷ ୭୬ ହଜାରରୁ ଅଧିକ ଟଙ୍କା । ପରେ ନା ଚାକିରି କରାଇଥିଲା ନା ଟଙ୍କା ଫେରାଇଥିଲା । ଏପରିକି ଟଙ୍କା ଫେରସ୍ତ ମାଗିବାରୁ ଏସିଡ୍ ପକାଇ ମାରିଦେବ ବୋଲି ଧମକ ଦେଇଥିଲା । ପୋଲିସ ତଦନ୍ତ କରି ଜିତୁକୁ ବାନ୍ଧିଥିବା ବେଳେ ତା ନାଁରେ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସମାନ ଧରଣର ଠକେଇ ଅଭିଯୋଗ ଥିବା ଜଣାପଡ଼ିଛି । ରାଜ୍ୟରେ ଆଉ କେଉଁ କେଉଁ ଜାଗାରେ ଏଭଳି କେତେଜଣଙ୍କୁ ଅଭିଯୁକ୍ତ ଚୂନ ମାରିଛି ସେନେଇ ଛାନଭିନ ଆରମ୍ଭ ହୋଇଛି । 

ବିଛାଇଥିଲା ମିଛ ରେଳ ଚାକିରିର ମାୟାଜାଲ
ଚାକିରି ଲୋଭ ଦେଖାଇ ଲୁଟିନେଇଥିଲା ୪୫ ଲକ୍ଷ
ପୋଲିସ ପଞ୍ଝାରେ ନକଲି ଚାକିରିର ସୌଦାଗର
ଜିତେନ୍ଦ୍ର କୁମାର ବଗର୍ତ୍ତୀକୁ ବାନ୍ଧିଲା ମଞ୍ଚେଶ୍ବର ପୋଲିସ
ଟଙ୍କା ନେଇ ଧରାଛୁଆଁ ଦେଉନଥିଲା ଜିତୁ
ଟଙ୍କା ମାଗିଲେ ଏସିଡ୍ ପକାଇ ହତ୍ୟା ଧମକ ଦେଉଥିଲା
ଜିତୁ ନାଁରେ ପୂର୍ବରୁ ରହିଛି ଠକେଇ ଅଭିଯୋଗ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।