OPSC ASO Recruitment 2026: ASO ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଏହିଦିନରୁ ଆବେଦନ ଆରମ୍ଭ

Nov 05, 2026 - 19:09
OPSC ASO Recruitment 2026: ASO ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଏହିଦିନରୁ ଆବେଦନ ଆରମ୍ଭ

ସବୁ ଅପେକ୍ଷାର ଅନ୍ତ।

ଓଡ଼ିଶାରେ ସରକାରୀ ଚାକିରି ପାଇଁ ବଡ଼ ସୁଯୋଗ।

OPSC ପକ୍ଷରୁ ବାହାରିଲା ୩୪୦ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି।

ଏଥିପାଇଁ ନଭେମ୍ବର ୯ରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ହେବ।

ତେବେ କିଏ କରିପାରିବେ ଆବେଦନ?

ବୟସ ସୀମା କେତେ?

କେବେ ହେବ ପରୀକ୍ଷା?

ସମ୍ପୂର୍ଣ୍ଣ ସୂଚନା ଜାଣନ୍ତୁ Advertisment ଓଡ଼ିଶା ଲୋକସେବା ଆୟୋଗ ଅର୍ଥାତ୍ OPSC ପକ୍ଷରୁ ହୋମ୍ ଡିପାର୍ଟମେଣ୍ଟ ଅଧୀନରେ ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ଏହି ନିଯୁକ୍ତି ଦିଆଯିବ।

ଗ୍ରୁପ୍-ବି ପଦବୀରେ ଚାକିରି କରିବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ।

ନଭେମ୍ବର ୯ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ।

ନଭେମ୍ବର ୩୦ ତାରିଖ ଅପରାହ୍ନ ୫ଟା ରହିଛି ଆବେଦନର ଶେଷ ସମୟ।

ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବସାଇଟ୍ www.opsc.gov.inକୁ ଯାଇ ଆବେଦନ କରିପାରିବେ।

Advertisment ମୋଟ ୩୪୦ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗ ପାଇଁ ୧୪୪ଟି, SEBC ପାଇଁ ୩୮ଟି, SC ବର୍ଗ ପାଇଁ ୮୧ଟି ଏବଂ ST ବର୍ଗ ପାଇଁ ୭୭ଟି ପଦବୀ ରହିଛି।

ମୋଟ ପଦବୀ ମଧ୍ୟରୁ ୧୧୪ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ।

ଏହା ସହିତ ଦିବ୍ୟାଙ୍ଗ, ପୂର୍ବତନ ସୈନିକ ଏବଂ କ୍ରୀଡ଼ାବିତ୍‌ଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିଛି।

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ୨୧ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

୨୦୨୬ ଜାନୁଆରୀ ୧ ତାରିଖକୁ ଆଧାର କରି ବୟସ ଗଣନା କରାଯିବ।

ଏଥିପାଇଁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ।

ଏବେ ଆସନ୍ତୁ ଜାଣିବା ଦରମା ବିଷୟରେ।

ଚୟନିତ ପ୍ରାର୍ଥୀଙ୍କୁ ଲେଭଲ୍-୯, ସେଲ୍-୧ ଅନୁସାରେ ମାସିକ ୩୫ ହଜାର ୪୦୦ ଟଙ୍କା ମୂଳ ଦରମା ମିଳିବ।

ଏହା ସହ ସରକାରୀ ନିୟମ ଅନୁସାରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।

ପରୀକ୍ଷା ଫି' ବାବଦରେ SC, ST ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଛାଡ଼ ମିଳିବ।

ଅନ୍ୟ ପ୍ରାର୍ଥୀଙ୍କୁ ୭୦୦ ଟଙ୍କା ଅନଲାଇନ୍‌ରେ ଦେବାକୁ ପଡ଼ିବ।

ତେବେ ଏହି ଫି' କେବଳ ପ୍ରିଲିମିନାରୀ ପରୀକ୍ଷାରେ ପ୍ରକୃତରେ ଉପସ୍ଥିତ ରହିଥିବା ପ୍ରାର୍ଥୀଙ୍କୁ ଫେରସ୍ତ କରାଯିବ।

ଲିଖିତ ପରୀକ୍ଷା ଏବଂ ସ୍କିଲ୍ ଟେଷ୍ଟ ଆଧାରରେ ହେବ ପ୍ରାର୍ଥୀ ଚୟନ।

ସବୁଠାରୁ ବଡ଼ କଥା ହେଉଛି, ୨୦୨୭ ଜାନୁଆରୀ ୧୭ ତାରିଖ ରବିବାର ଦିନ ହେବ ଲିଖିତ ପରୀକ୍ଷା।

ପରୀକ୍ଷାର ସମୟ ଓ କେନ୍ଦ୍ର ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ।

ତେବେ ଚାକିରି ପାଇଁ କୌଣସି ଦଲାଲଙ୍କ ପ୍ରଲୋଭନରେ ପଡ଼ିବାକୁ OPSC ପକ୍ଷରୁ ପ୍ରାର୍ଥୀଙ୍କୁ ସତର୍କ କରାଯାଇଛି।

ଟଙ୍କା ଦେଲେ ଚାକିରି କିମ୍ବା ପ୍ରଶ୍ନପତ୍ର ଦେବାର ପ୍ରତିଶ୍ରୁତି ଦେଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ କୁହାଯାଇଛି।

କେବଳ ଯୋଗ୍ୟତା ଓ ମେଧା ଆଧାରରେ ହିଁ ଚାକିରି ମିଳିବ ବୋଲି ଆୟୋଗ ସ୍ପଷ୍ଟ କରିଛି।

ତେଣୁ ASO ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ।

ଆବେଦନ ପୂର୍ବରୁ OPSCର ଅଫିସିଆଲ୍ ୱେବସାଇଟ୍‌ରେ ଥିବା ସମ୍ପୂର୍ଣ୍ଣ ବିଜ୍ଞପ୍ତି ଓ ନିୟମାବଳୀ ଭଲ ଭାବେ ପଢ଼ି ନିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।