Tapan Nayak Murder Case: ଭୁବନେଶ୍ୱର ହତ୍ୟାକାଣ୍ଡରେ ବଡ଼ ଆକ୍ସନ, ୮ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର ଗୁଳିକାଣ୍ଡ ଘଟଣାରେ ୮ଜଣଙ୍କୁ ଗିରଫ କଲା ପୋଲିସ୍।
ମୁଖ୍ୟ ଅଭିଯୁକ୍ତ ଉମେଶ ପଟ୍ଟନାୟକ ଓ ବିଷ୍ଣୁ ପ୍ରସାଦ ସାମନ୍ତରାୟଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ୍।
ଶିଶୁପାଳଗଡ ଗାଁରେ ହୋଇଥିଲା ଗୁଳିକାଣ୍ଡ।
ଗୁଳି ଚଳାଇବା ପରେ ଗୁରୁତର ତପନ ନାଏକଙ୍କୁ ଉମେଶ ଓ ବିଷ୍ଣୁ ହସ୍ପିଟାଲ ନେଇଥିଲେ।
ଡାକ୍ତରଖାନାରେ ମୃତ ଘୋଷଣା କରିବା ପରେ ଏକ ନାଟକ ରଚିଥିଲେ ଅଭିଯୁକ୍ତମାନେ।
Advertisment ମାଉସୀମାଆ ଛକରେ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ନେଇ ତପନଙ୍କ ପରିବାରକୁ ଖବର ଦେଇଥିଲେ।
ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା।
ଉମେଶ ଆଉ ବିଷ୍ଣୁ ଫେରାର ହେଉଥିବା ବେଳେ ବଡଗଡ ଅଞ୍ଚଳରୁ ଗିରଫ କରିଛି ପୋଲିସ।
ବାରମ୍ବାର ପଚାରିବା ପରେ ଉମେଶର ଦୁଇ ସହଯୋଗୀ ପୋଲିସ ସାମ୍ନାରେ ପୂରା କାହଣୀ କହିଥିଲେ।
ଗଙ୍ଗୁଆ ନାଳରୁ ବନ୍ଧୁକ ମଧ୍ୟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।