13 SEPTEMBER 2026

Welcome!

Unlock your personalized experience.
Sign Up

Orangutan rescue incident: ଓରାଂଉଟାନ୍‌ ଉଦ୍ଧାର ଘଟଣା: ହୋଟେଲ୍‌ରେ ଲୁଚିଛି ରହସ୍ୟ!

Sep 13, 2026 - 02:55
Orangutan rescue incident: ଓରାଂଉଟାନ୍‌ ଉଦ୍ଧାର ଘଟଣା: ହୋଟେଲ୍‌ରେ ଲୁଚିଛି ରହସ୍ୟ!

ବାଲେଶ୍ବର/ଚନ୍ଦନେଶ୍ବର/ଫୁଲବଣୀ/ଭୋଗରାଇ: ବାଲେଶ୍ୱରଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଂଉଟାନ୍ ଉଦ୍ଧାର ଘଟଣା ଉପରୁ ଧୀରେ ଧୀରେ ପରଦା ହଟୁଛି। ଏଥିରେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରଙ୍କ ସଂପୃକ୍ତି ରହିଥିବା କୁହାଯାଉଛି। ଏସ୍‌ଟିଏଫ୍‌ ଗତକାଲି ତସ୍କରଙ୍କ ସହଯୋଗୀ କୁହାଯାଉଥିବା ୩ ଜଣଙ୍କୁ ଉଠାଇଥିବା ବେଳେ ଆଜି ଅନ୍ୟ ଏକ ହୋଟେଲ୍‌ର ୨ ଜଣ କର୍ମଚାରୀଙ୍କୁ ଉଠାଇ ନେଇଛି। ସଂପୃକ୍ତ ହୋଟେଲ୍‌ରେ ଓରାଂଉଟାନ୍‌ ଚାଲାଣର ସବୁ ରହସ୍ୟ ଲୁଚି ରହିଥିବା କୁହାଯାଉଛି।

Elephant: ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁରେ କପା ଫସଲ ଉଜାଡ଼ିଲେ ହାତୀପଲ

ରଣକୋଠାକୁ ଓରାଂଉଟାନ୍‌ଗୁଡ଼ିକ କେମିତି ଆସିଲେ? ଏହା ପଛରେ ତସ୍କରଙ୍କ ହାତ ଅଛି କି? ସେମାନେ କିଏ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଏସ୍‌ଟିଏଫ୍‌ ଟିମ୍ ୫ ଦିନ ହେଲା ଲାଗିପଡ଼ିଛି। ତଦନ୍ତ ସମୟରେ ବଡ଼ପାହି ଗ୍ରାମରୁ ଏକ ମାସ୍କ ମିଳିଥିଲା। ଦୀଘାଠାରୁ ରଣକୋଠା ଯାଏଁ ବିଭିନ୍ନ ସ୍ଥାନରେ ଲାଗିଥିବା ୧୫୦ରୁ ଅଧିକ ସିସିଟିଭି ଯାଞ୍ଚ କରାଯାଇଥିଲା। ଘଟଣାର ପୂର୍ବଦିନ ବିଳମ୍ବିତ 
ରାତିରେ ଏକ କଳାରଙ୍ଗର ଥାର୍‌ ଗାଡ଼ି ରଣକୋଠା ଅଞ୍ଚଳକୁ ଆସି ଫେରିଥିବାର ସିସିଟିଭି ଫୁଟେଜ୍‌ ତଦନ୍ତ ଅଧିକାରୀଙ୍କ ହାତରେ ଲାଗିଥିଲା। ଘଟଣା ସହ ପଶ୍ଚିମବଙ୍ଗର ଜଣେ ବଡ଼ ହୋଟେଲ୍‌ ବ୍ୟବସାୟୀ ଏବଂ କିଛି କୁଖ୍ୟାତ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କ ହାତ ଥିବା କ୍ରାଇମ୍‌ବ୍ରାଞ୍ଚକୁ ସୂଚନା ମିଳିଥିଲା। ସେମାନେ ଅନ୍ୟ ରାଜ୍ୟରେ ଲୁଚିଥିବା ବେଳେ ୩ ସହଯୋଗୀଙ୍କୁ ଗତକାଲି ଏସ୍‌ଟିଏଫ୍‌ ଦୀଘାର ଏକ ହୋଟେଲ୍‌ରୁ ଉଠାଇ ନେଇଥିଲା। ତେବେ ଆଜି ତଦନ୍ତ ଆଉ ପାଦେ ଆଗେଇଛି।

ହୋଟେଲ୍‌ରେ ତାଲା, ୨ କର୍ମଚାରୀଙ୍କୁ ଉଠାଇନେଲେ
ମାଲିକ ସହ ପୁଅଙ୍କ ଖୋଜଖବର ନାହିଁ
ମିଳିଲା ସନ୍ଦିଗ୍‌ଧ ଥାର୍‌ ସହ କାର୍‌ର ସିସିଟିଭି ଫୁଟେଜ୍‌
ଏଯାଏଁ କାହାରିକୁ ଗିରଫ କରାଯାଇନି: ଡିଜିପି

ଏସ୍‌ଟିଏଫ୍‌ ନ୍ୟୁ ଦୀଘାରେ ୩ ମାସ ତଳେ ଗଢ଼ିଉଠିଥିବା ହୋଟେଲ୍‌ ଦି ଗ୍ରାଣ୍ଡ ହେରିଟେଜ୍‌ରେ ଚଢ଼ଉ କରି ୨ କର୍ମଚାରୀଙ୍କୁ ଉଠାଇ ନେବା ସହ ହୋଟେଲ୍‌ରେ ତାଲା ପକାଇଦେଇଛି। ତେବେ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅ ଗାଏବ ହୋଇ ଯାଇଛନ୍ତି। ଏସ୍‌ଟିଏଫ୍‌ ହାଓଡ଼ାସ୍ଥିତ ଘରେ ଖୋଜା‌ଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ମିଳିନି। ହୋଟେଲ୍‌ ଦି ଗ୍ରାଣ୍ଡ ହେରିଟେଜ୍‌ ଆଗରେ ପୂର୍ବରୁ ସିସିଟିଭି ଫୁଟେଜ୍‌ରେ ଦେଖାଯାଇଥିବା ସଂପୃକ୍ତ କଳା ଥାର୍‌ ସହ ଅନ୍ୟ ଏକ ଧଳାରଙ୍ଗର କାର୍‌ ଛିଡ଼ା ‌ହୋଇଥିବାର ସିସିଟିଭି ଫୁଟେଜ୍‌ ମଧ୍ୟ ମିଳିଛି। ଏସ୍‌ଟିଏଫ୍‌ ଉଠାଇ ନେଇଥିବା ୫ଜଣଙ୍କୁ ପଚରାଉଚରା କରୁଛି। ସେହିପରି ବିଭିନ୍ନ ରାଜ୍ୟ ପୁଲିସର ସହାୟତା ନେଉଛି। ମିଳିଥିବା ଥାର୍‌ ଗାଡ଼ିର ପୁରୁଣା ଫୁଟେଜ୍‌ ଏବଂ ଆଜି ମିଳିଥିବା ଧଳା କାର୍‌ ସହ ନୂଆ ଫୁଟେଜ୍‌ ଓ ମାସ୍କକୁ ନେଇ ଖୋଳତାଡ଼ ଚାଲିଛି।

Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ

ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର କହିଛନ୍ତି, ‘ଓରାଂଉଟାନ୍‌ ଉଦ୍ଧାର ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ। ଏସ୍‌ଟିଏଫ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବନ୍ୟପ୍ରାଣୀ ସମ୍ପର୍କିତ ଅନେକ ମାମଲାର ପର୍ଦ୍ଦାଫାସ୍‌ କରିବାରେ ଏସ୍‌ଟିଏଫ୍‌ ସଫଳ ହୋଇଛି। ତେଣୁ ଏହି ଘଟଣାର ମଧ୍ୟ ସଫଳତା ମିଳିବ।’ ଅନ୍ୟପଟେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଓରାଂଉଟାନ୍‌ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରଙ୍କ ହାତ ରହିଛି। ତେଣୁ ଏହାର ସିବିଆଇ ତଦନ୍ତ ହେବା ଆବଶ୍ୟକ। ସୂଚନାଯୋଗ୍ୟ, ଗତ ୮ ତାରିଖ (ମଙ୍ଗଳବାର) ଦିନ ସକାଳେ କାନ୍ଥିଭଉଁରି ଗ୍ରାମପଞ୍ଚାୟତ ନେଚର୍‌ କ୍ୟାମ୍ପ ପଛପଟ ରଣକୋଠା ସଂରକ୍ଷିତ ଝାଉଁ ଜଙ୍ଗଲରେ ବିରଳ ୫ଟି ଓରାଂଉଟାନ୍ ଠାବ ହୋଇଥିଲେ। ପରେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ନନ୍ଦନକାନନ ନିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।