13 SEPTEMBER 2026

Welcome!

Unlock your personalized experience.
Sign Up

ଭାରତର ଦୃଢ଼ୋକ୍ତି: ଏବେ ଆମେ ନିୟମ କରିବୁ ‘ଗ୍ଲୋବାଲ ସାଉଥ୍’ ପାଇଁ ୧୦-ସୂତ୍ରୀ ରୋଡମ୍ୟାପ୍

Sep 13, 2026 - 02:55
ଭାରତର ଦୃଢ଼ୋକ୍ତି: ଏବେ ଆମେ ନିୟମ କରିବୁ ‘ଗ୍ଲୋବାଲ ସାଉଥ୍’ ପାଇଁ ୧୦-ସୂତ୍ରୀ ରୋଡମ୍ୟାପ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭବ୍ୟ ଭାରତ ମଣ୍ଡପମ୍‌ଠାରେ ଆଜି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ-୨୦୨୬ର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଛି। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗ୍ଲୋବାଲ ସାଉଥ୍’ (ବିକାଶଶୀଳ ଦକ୍ଷିଣ ରାଷ୍ଟ୍ର)ର ଅଧିକାର, ସମାନ ପ୍ରତିନିଧିତ୍ୱ ଏବଂ ବିଶ୍ୱସ୍ତରୀୟ ଶାସନ ପ୍ରଣାଳୀରେ ସଂସ୍କାର ପାଇଁ ଏକ ବଳିଷ୍ଠ ଆହ୍ୱାନ ଦେଇଛନ୍ତି। ବିଶ୍ୱ ଶାସନକୁ ଏକ ‘କ୍ଷମତା ପିରାମିଡ୍’ ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ବିକାଶଶୀଳ ଦେଶଗୁଡ଼ିକୁ କେବଳ ନିୟମ ପାଳନକାରୀ ଭାବେ ନରଖି ନିୟମ ପ୍ରଣେତା ଭାବେ ଗଢ଼ିତୋଳିବା ଆବଶ୍ୟକ। ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଏବଂ ବିଶ୍ୱ ବିତ୍ତୀୟ ସଂସ୍ଥାଗୁଡ଼ିକରେ ବାସ୍ତବ ପ୍ରତିନିଧିତ୍ୱ ପାଇଁ ସେ ୧୦-ସୂତ୍ରୀ ରୋଡମ୍ୟାପ୍ ଉପସ୍ଥାପନ କରିବା ସହ ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସମସ୍ତ ସଦସ୍ୟ ଦେଶଙ୍କ ସମ୍ମତିରେ ଏକ ମିଳିତ ଘୋଷଣାନାମା ଆଣିବାରେ ସଫଳ ହୋଇଛନ୍ତି।

Elephant: ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁରେ କପା ଫସଲ ଉଜାଡ଼ିଲେ ହାତୀପଲ

 ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ମୋଦୀ କହିଛନ୍ତି, ବିଶ୍ୱର ଚ୍ୟାଲେଞ୍ଜଗୁଡ଼ିକୁ ସାମନା କରିବାରେ ବିକାଶଶୀଳ ଦେଶଗୁଡ଼ିକ ସମ୍ମୁଖରେ ଥିବା ବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କୁ ପଛଧାଡ଼ିରେ ରଖାଯାଉଛି। ବର୍ତ୍ତମାନର ବିଶ୍ୱ ଶାସନ ପ୍ରଣାଳୀରେ କେବଳ ସୀମିତ ଧନୀ ଦେଶମାନେ ନିଷ୍ପତ୍ତି ନେଉଛନ୍ତି। ଏହି ବ୍ୟବସ୍ଥାକୁ ବଦଳାଇ ବିକାଶଶୀଳ ଦେଶମାନଙ୍କୁ ନିୟମ ସୃଷ୍ଟି କରିବାରେ ଅଂଶୀଦାର କରିବାକୁ ସେ ଆହ୍ୱାନ ଦେଇଛନ୍ତି। ତେବେ ଏହି ଆହ୍ୱାନ କୌଣସି ନିର୍ଦ୍ଦିଷ୍ଟ ଦେଶ କିମ୍ବା ପଶ୍ଚିମ ରାଷ୍ଟ୍ରମାନଙ୍କ ବିରୋଧରେ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି। ଆମେ କାହା ବିରୋଧରେ ନାହୁଁ, ବରଂ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାରେ ବିଶ୍ୱାସ କରୁ ବୋଲି ପ୍ରକାଶ କରିଛନ୍ତି। ବ୍ରିକ୍ସର ଆଗାମୀ ଦୁଇ ଦଶନ୍ଧିର କାର୍ଯ୍ୟପନ୍ଥା ପାଇଁ ସେ ଏକ ୧୦-ସୂତ୍ରୀ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି, ଯାହା ପ୍ରତିନିଧିତ୍ୱ, ସଂବେଦନଶୀଳତା ଏବଂ ନିୟମ ନିର୍ଦ୍ଧାରଣ ଉପରେ ପର୍ଯ୍ୟବସିତ। 

BRICS Summit 2026: ନୂଆଦିଲ୍ଲୀରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ଜାତିସଂଘ ସୁରକ୍ଷା ପରିଷଦର  ସଂସ୍କାରରେ ଆଉ ବିଳମ୍ବ କରାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି। ଏହାସହିତ ବୈଶ୍ବିକ ଆର୍ଥିକ ସଂସ୍ଥାଗୁଡ଼ିକରେ ଭୋଟିଂ କ୍ଷମତା ଓ ନେତୃତ୍ୱ ନିଷ୍ପତ୍ତି ବିଶ୍ୱ ଅର୍ଥନୀତିର ବାସ୍ତବତାକୁ ପ୍ରତିଫଳିତ କରିବା ଉଚିତ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ମଧ୍ୟପ୍ରାଚ୍ୟ ସଙ୍କଟ ଓ ଜଳପଥ ସୁରକ୍ଷାକୁ ଦୃଷ୍ଟିରେ ରଖି ସମୁଦ୍ର ଯାତ୍ରୀଙ୍କ ଜରୁରୀ ସହାୟତା ପାଇଁ ଏକ ସୁରକ୍ଷା ନେଟ୍‌ୱର୍କ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।